ବିଧବା ମାଆର ଦୁଃଖ କେବେ ବୁଝିବ ପ୍ରସାସନ ?

45

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତ ହଦୁଆ ଗ୍ରମର କିଶୋରୀ ମାଆଙ୍କ ଦୁଃଖ କହିଲେ ନସରେ। ବାର ବର୍ଷରୁ ଉର୍ଦ୍ଧ୍ବ ହେବ ସ୍ବାମୀ ଆରପାରିକୁ ଚାଲିଜିବା ପରେ ଆଜକୁ ଦଶବର୍ଷ ହେବ କିଶୋରୀ ମାଆଙ୍କ ଘର ଖରଶୋତା ନଦୀରେ ଲିନ ହୋଇଯାଇଛି। ଠିକ୍ ସେହିଦିନଠାରୁ ଆଜି ଜାଏ ବିଧବା କିଶୋରୀ ମାଆ ଓ ତାଙ୍କ ଗୋଟିଏ ମାତ୍ର ପୁଅକୁ ନେଇ ସେହି ଗ୍ରାମ ଲୋକମାନଙ୍କ ସାହାଯ୍ୟରେ ଗ୍ରାମରେ ଥିବା ଏକ ପସୁ ଚିକିତ୍ସାଳୟରେ ରହିଆସୁଛନ୍ତି । କିଶୋରୀ ମାଆଙ୍କ ଜମି ଗୁଣ୍ଠେ ନଥିବାବେଳେ। ସରକାରଙ୍କ ଭୁମିହୀନ ଆଇନ୍ ବଳରେ କିଶୋରୀ ମାଆ ଭୁମି ଓ ବିଜୁ ପକ୍କା ଘର ପାଇବା ପାଇଁ ଯୋଗ୍ୟ ଥିବାବେଳେ । ଏଠି ପ୍ରସାସନ ଓ ସରପଞ୍ଚ ବିଫଳ ହୋଇଥିବାର ନଜର କୁ ଆସିଛି । ବିଧବା କିଶୋରୀ ମାଆ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଇଥିଲେ କିନ୍ତୁ ସରପଞ୍ଚ ଶ୍ରୀମତି ସୋପ୍ନା ରାଣୀ ନାୟକ କହିଥିଲେ ମୁଁ କଣ ଚୋରିକରି ଆଣିଦେବି। ଏଠି ପ୍ରଶ୍ନ ଉଠୁଛି ଯେ ସରକାର ଙ୍କର ଗରିବ ଅସହାୟ ଲୋକମାନଙ୍କ ପାଇଁ ଯେଉଁ ଆଇନ୍ ଗୁଡ଼ିକ ରହିଛି ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ଅଫିସର ମାନେ କାହିଁକି ଅସହାୟ ଲୋକମାନଙ୍କୁ ଅବହେଳିତ କରୁଛନ୍ତି। ଯଦି ସେହି ଅସହାୟ ବିଧବା ମାଆଙ୍କ ଦୁଃଖ ଯଥାସିଘ୍ର ଦୂର କରାନଯାଏ ତାହେଲେ ସଂଘର୍ଷ ନ୍ୟୁଜ୍ ତାର ଦୁତୀୟ ନ୍ୟୁଜ୍ ନିଜ ଫୋରମ୍ ରେ କରିବ। (ଆଳି ରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More