ବିଧବା ବୃଦ୍ଧାଙ୍କୁ ନିର୍ଯ୍ୟାତନା ଅଭିଯୋଗ

25

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : – ଜଣେ ବିଧବା ବୃଦ୍ଧା କୁ ନିର୍ଯାତନା ଦେବାରୁ ଘର ଛାଡ଼ି ନ୍ୟାୟ ପାଇଁ ପଳାଇ ଆସିଛନ୍ତି ବୃଦ୍ଧା ଜଣଙ୍କ ଥାନା ନିକଟକୁ l ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ଗୋପାଳ ପୁର ଗ୍ରାମରେ l ଗୋପାଳ ପୁର ଗ୍ରାମର ଉତମା ସାହୁ ଜେକି ଜଣେ ବିଧବା ବୃଦ୍ଧା ଯାହାଙ୍କ ବୟସ ପାଖାପାଖି ୮୦ ହେବ l ତେବେ ତାଙ୍କ ପୁଅ ବୋହୁ ତାଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ମାରପିଟ କରିଲେ l ଶେଷରେ କିଛି ଉପାୟ ନ ପାଇ ମାହାଙ୍ଗା ଥାନାକୁ ନ୍ୟାୟ ପାଇଁ ଧାଈ ଆସିଲେ l ହେଲେ କେହି ସହ ହୃଦୟ ବ୍ୟକ୍ତି ତାଙ୍କୁ କିଛି ଖାଇବାକୁ ଦେଇଛନ୍ତି l ଯାହାକି ସେହି ଖାଦ୍ୟକୁ ତଳେ ବସି ଖାଉଛନ୍ତି l ହେଲେ ପୁଅ ଭୁଲି ଯାଇଛି କି ଜନ୍ମକଲା ମା ପାଇଁ ଏତେ ନିଷ୍ଠୁର କେମିତି ହେଉଛି l ପରିଣତ ବୟସରେ ତାଙ୍କୁ ହତାଦର କରିବାକୁ ବି ପଛାଉ ନାହିଁ l ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଏହି ବିଧବା ବୃଦ୍ଧା ର ଦୁଃଖ କୁ ବୁଝି ସହାୟତା ପାଇଁ ଆଗେଇ ଆସନ୍ତୁ l କାରଣ ଆପଣ ମାନଙ୍କର ବି ମା ଥିବ ମା ସ୍ନେହ କୁ କେମିତି ଭୁଲି ଯାଉଛି ପୁଅ ସେନେଇ ବଡ଼ ପ୍ରଶ୍ନ ଉଠିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More