ବିଦ୍ୟୁତ ସେବା ଉନ୍ନତି କରଣ ପାଇଁ ସବଗ୍ରୀଡ଼ ଲୋକାର୍ପିତ

10

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ଆଜି ନରସିଂହପୁରର ପଶ୍ଚିମାଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ସେବା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ମର୍ଦ୍ଧମେଖଠାରେ ସ୍ଥାପିତ ନୂତନ ସବଗ୍ରୀଡ଼ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଆଜି ସ୍ଥାନୀୟ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏହା ଦ୍ୱାରା ପଶ୍ଚିମାଞ୍ଚଳର ୯ଟି ଗ୍ରାମ ପଞ୍ଚାୟତ ଯଥା କମଳାଡ଼ିହ, ରେଗେଡା, ଚକାମୁଣ୍ଡା, ଯୋଡୁମ, ସରଧାପୁର,ବାଲିସାହି, କୋକୋଳାବ , କାଠଖୁଣ୍ଟ, ବସନ୍ତପୁର ର ୪୨ ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀ ତଥା ୭୪୫୦ ଖାଉଟି ପରିବାର ଉପକୃତ ହେବେ । ଏହା ୩ ମେଗାୱାଟ ଶକ୍ତି କ୍ଷମତା ବିଶିଷ୍ଟ ଓ OPTCL ଦ୍ୱାରା ବୈଷୟିକ ରିପୋର୍ଟରେ ନିର୍ମିତ ହୋଇଛି ଏବଂ ଏଥିରେ ସାଢ଼େ ଦଶ କୋଟି ଟଙ୍କା ବ୍ୟୟିତ ହୋଇଛି । ପଶ୍ଚିମାଞ୍ଚଳ ପାଇଁ ନରସିଂହପୁର ଗ୍ରୀଡ଼ରୁ ସଂଯୁକ୍ତ ହେଲା ଏବଂ ଏହି ସବ ଗ୍ରୀଡ଼ ଅଧୀନରେ ୪୨ ଟି ଗ୍ରାମର ବ୍ୟବସ୍ଥା ଉନ୍ନତି କରଣ ପାଇଁ ୪ଟି ଫିଡ଼ର ଯାହାକି ବାଲିସାହି, କମଳାଡ଼ିହ, ଶିଶୁପଥର ଓ ଓଡ଼ିସିଙ୍ଘାରେ ସଂଯୁକ୍ତ କରାଯାଇଛି । ୧୦୫ କିମି ଦୈର୍ଘ୍ୟ ନୂଆ ଫିଡ଼ର ଲାଇନ ୭ କିମିର ଲିଙ୍କ ଲାଇନ ଜରିଆରେ ଉନ୍ନତ ବିଦ୍ୟୁତ ସେବା ଉପଲବ୍ଧ ହେବ । । ଏହି ସବଗ୍ରୀଡ଼ ସ୍ଥାପନ ଗ୍ରାମବାସୀଙ୍କ ମନରେ ଆନନ୍ଦ ସଂଚାର କରିଛି । ପ୍ରକାଶ ଥାଉକି ଦଶଦିନ ତଳେ ବିଜେପି ର ବିଜୟ ଦଳ ବେହେରା ଓ ପକ୍ଷରୁ ରାସ୍ତାରୋକ କରାଯାଇ ଏହି ବିଦୁତ କୁ ସଂଯୋଗ କରାଯାଇଥିଲା।ନିର୍ବାଚନ ପୂର୍ବରୁ ମଧ୍ୟ ଏହାକୁ ଉଦଘାଟନ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More