ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଘର

24

Get real time updates directly on you device, subscribe now.

  • କନ୍ଧମାଳ(ସଂଘର୍ଷ ମିଡିଆ) : – ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ଗାଁ ସ୍ଥିତ ସ୍ୱାସ୍ତ୍ରୀ ନଗରରେ ଆଜି ସନ୍ଧ୍ୟା ସମୟରେ କୌଣସି କାରଣରୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗ୍ରାମର ଇନ୍ଦ୍ର ବେହେରା ଙ୍କ ଚାଳ ଛପର ଘରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ଜରୁରୀ କାଗଜ ପତ୍ର ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଛି ଏହା ସହିତ ଏକ ଅର୍ଥ ଲଗାଣ କାରୀ ସଂସ୍ଥା ଠାରୁ ଗତକାଲି ଋଣ ବାବଦରେ ଆଣିଥିବା ଘରେ ରଖିଥିବା ନଗଦ ୩୦ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି l ପ୍ରାପ୍ତ ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟାରେ କିରୀକୁଟି ପଞ୍ଚାୟତ ଆଗରେ ଥିବା ଶାସ୍ତ୍ର ନଗର ର ଇନ୍ଦ୍ର ବେହେରା ଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ଏବଂ ସେହି ସମୟରେ ଘରେ ଥିବା ଇନ୍ଦ୍ର ବେହେରା ଙ୍କ ବୋହୁ ସୀତା ରାଣୀ ବେହେରା ଋଣ ବାବଦ ରେ ଆଣିଥିବା ଟଙ୍କା କୁ ଆଣିବାକୁ ଯାଇ ବିଦ୍ୟୁତ ଆଘାତରେ ଆହତ ହୋଇଥିଲେ । ଏହି ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ରେ ସକ୍ଷମ ହୋଇଥିଲେ , ଓ ଉପସ୍ଥିତ ଗ୍ରାମବାସୀମାନେ ମାନେ ଘର ଚାଳରେ ଲାଗିଥିବା ନିଆଁ କୁ ପ୍ରାୟ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏବଂ ବିଦ୍ୟୁତ ଆଘାତରେ ଆହତ ଥିବା ମହିଳା ଜଣଙ୍କୁ ଅଗ୍ନିଶମ ବିଭାଗ ଙ୍କ ସହାୟତାରେ ଦାରିଙ୍ଗବାଡିର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More