ବଡଚଣା(ସଂଘର୍ଷ ମିଡିଆ ) : ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତ ଖୋସାଲିପୁର ଠାରେ ଥିବା ପାନୀୟଜଳ ପ୍ରକଳ୍ପ ୧୨ ଦିନ ହେବ ଅଚଳ ହୋଇପଡିଛି। ଚଳିତ ମାସ ୧୨ ତାରିଖ ରାତିର ପ୍ରବଳ ଘଡଘଡି ମାରିବାରୁ ସେଠାରେ ଥିବା ପାନୀୟଜଳ ପ୍ରକଳ୍ପ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇ ଥିଲା ।ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପଂଚାୟତର ପକ୍ଷରୁ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ବକେୟା ବିଲ ପୈଠ କରାଯାଇ ନାହିଁ ।ବକେୟା ବିଲ ପୈଠ କଲେ ଆମେ ନୂତନ ଟ୍ରାନ୍ସଫର୍ମର ଦେବୁ ବୋଲି କହିଥିଲେ। ଏପଟେ ପଂଚାୟତ ପକ୍ଷରୁ ସଫେଇ ଦିଆଯାଉଛି ବିଦ୍ୟୁତ ବିଭାଗର ଆକାଉଣ୍ଟ ଭୁଲ ଥିବାରୁ ଟକାଂ ପୈଠ କରିହେଉନି ।ଶେଷରେ ଦୁଇ ବିଭାଗର ଅବହେଳା ପାଇଁ ଗ୍ରାମ ବାସୀ ଦୂରଦୂରାନ୍ତରୁ ପିଇବା ପାଣି ପାଇଁ ଯିବାକୁ ପଡୁଛି। ଏ ସମ୍ପର୍କରେ ବ୍ଲକ ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ ବି ଅଦ୍ୟାବଧି ସମସ୍ଯା ସମାଧାନ ହୋଇପାରିନି ।