ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରର ଜୀବନ

33

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଗଛରେ ଚଢି ଜାମୁକୋଳି ଖାଉବା ହେଲା କାଳ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରଙ୍କ ଜୀବନ. ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଥିବା ସୂଚନା. ଶିଶୁ ଯତ୍ନ ଅନୁଷ୍ଠାନରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ସ୍ଥିତ ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିରରେ ପିଲାମାନେ ରହି ପାଠ ପଢୁଥିଲେ. ଆଜି ଦୁଇ ଜଣ ଛାତ୍ର ସ୍କୁଲ ପରିସରରୁ ବାହାରି ନିକଟରେ ଥିବା ଏକ ଜାମୁକୋଳି ଗଛରେ ଚଢି ଜାମୁକୋଳି ଖାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ. ସଙ୍ଗେ ସଙ୍ଗେ ଆଶ୍ରମ କର୍ତୃପକ୍ଷ ଜାଣିପାରି ଗୁରୁତର ଛାତ୍ରଙ୍କୁ ମେଡ଼ିକାଲ ଆଣିଥିଲେ. ମେଡିକାଲରେ ଜଣେ ଛାତ୍ର ମୃତ୍ୟୁର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଥିବା ସୂଚନା । ମୃତକ ହେଲେ 12 ବର୍ଷୀୟ ଆଲୋକ ମହାଭୋଇ । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଶ୍ରମ କର୍ତୃପକ୍ଷ ଓ ସେମାନଙ୍କ ଅଭିଭାବକ ମାନେ ମେଡିକାଲରେ ପହଂଚିଛନ୍ତି. କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ହେବ ବୋଲି ଆଶ୍ରମ ସୁପରିଟେଣ୍ଟଡ଼ କହିଛନ୍ତି. କିନ୍ତୁ ଏହା ଆଶ୍ରମ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଛାତ୍ରର ଜୀବନ ଜାଣିଛି ନାଁ ଆଉକିଛି କାରଣ ପାଇଁ ତଦନ୍ତ ପରେ ଜଣାପଡ଼ିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More