ବିଦ୍ୟୁତ୍ ଆଘାତରେ ମହିଳା ମୃତ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ପୌର ପରିଷଦ ୱାର୍ଡ ନଂ ୧୧ ସଂଖାରୀ ସାହି ଠାରେ ଆଜି ସକାଳ ପ୍ରାୟ ୬.୦୦ ଘଣ୍ଟା ସମୟରେ ଏକ ଦୁର୍ଘଟଣା ଘଟିଯାଇଛି। ନିଜ ଦୁଇ ବର୍ଷ ବୟସ ର ବାଳକ ର ଶୌଚ ନିମନ୍ତେ ପାଣି ଗରମ ପାଇଁ ହିଟର୍ ବ୍ୟବହାର କରିବା ସମୟରେ ବିଦ୍ୟୁତ୍ ଆଘାତ ରେ ମହିଳାଙ୍କ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।ଜନୈକା ମହିଳା ଶ୍ରୀମତୀ ପ୍ରତିମା ବେହେରା ବୟସ ୨୫,ସ୍ଵାମୀ ଶ୍ରୀ କିଶୋର କୁମାର ବେହେରା ।ସ୍ବାମୀ ନିଜ ସାଥୀ ମାନଙ୍କ ସାଥିରେ ତୀର୍ଥ ଯାତ୍ରା ରେ ଥିବା ସମୟରେ ମହିଳାଙ୍କ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ରେ ସାହି ବାସିନ୍ଦା ଦୁଃଖିତ ଓ ମର୍ମାହତ ହୋଇ ପଡିଛନ୍ତି।ମହିଳା ଜଣକ ଅତି ମେଳାପି ଓ ଭଦ୍ର ଶ୍ରେଣୀୟ।ଦୁଃଖଦ ଖବର ଶୁଣିବା ପରେ ସାହି ପଡିସା ଲୋକ ବାହାରି ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।ସେଠାରେ ଡକ୍ଟର ମୃତ ଘୋଷଣା କରିଥିଲେ।ପରବର୍ତ୍ତୀ ସମୟରେ ଜନୈକା ମହିଳାଙ୍କ ଶାଶୁ ସରୋଜିନୀ ବେହେରା ପୋଲିସ ପ୍ରଶାସନ କୁ ଲିଖିତ ଆକାରରେ ଏତଲା ( FIR )ଦେଇଥିଲେ।ପରେ ଖବର ପାଇ ପ୍ରଶାସନିକ ପୋଲିସ୍ ଅଧିକାରୀ ପହଞ୍ଚି ସମସ୍ତ ତଥ୍ୟ ପଚାରି ବୁଝି ଥିଲେ।ପରେ ପରେ ମହିଳାଙ୍କ ଶବ ବ୍ୟବଛେଦ ହୋଇଛି।ସରକାରୀ ସ୍ତରରେ ନବରଙ୍ଗପୁର ଜିଲ୍ଲପାଳ ଘଟଣା ଜାଣି ପାରି ରେଡକ୍ରସ ସଂସ୍ଥା ରୁ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ନିମନ୍ତେ ଦେବାକୁ ଥିବା ଟଙ୍କା କୋଡ଼ିଏ ହଜାର ସହାୟତା ରାଶି ନିକଟ ତହସିଲଦାର ଙ୍କ ଦ୍ଵାରା ତାଙ୍କ ଘରକୁ ପଠାଇ ଥିଲେ। ଉପସ୍ଥିତ ରହି ଏ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାରେ ସହାୟତା କରିଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଓ ୧୧ ନଂ ୱାର୍ଡ ସଭ୍ୟା ପୁନମ ସାହୁ ଙ୍କ ମାନବିକତା କୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇବା ସହାୟତା କରିଥିବା କାଳୀ ପାତ୍ର,ହରିଶଙ୍କର ଶତପଥୀ,ପ୍ରଦୀପ ସାହୁ ଓ ବାବୁନା ସାହୁ, ପ୍ରମୁଖଙ୍କ ସହ ସାହି ବାସିନ୍ଦା ଧନ୍ୟବାଦ ଦେଇଥିଲେ।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More