ବିଦ୍ୟୁତ୍ ଆଘାତରେ ବାଳକ ମୃତ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ସଦର ପଞ୍ଚାୟତ ହରିଜନ ସାହି ର ଲୁକିୟା ହରିଜନଙ୍କ ୫ମ ପୁଅ ରୁନା ହରିଜନ(୧୯) ବେଣୁ ନାୟକ ଘର ପାଚେରୀ ଚାରିଆଡେ଼ ବିଦ୍ୟୁତ୍ ତାର ସଂଯୋଗ କରିଛି।ଆଜି ସକାଳ ସମୟରେ ପୋଡ୍ (ମହିସି) ପାଚେରୀ ତାର ରେ ଲାଗି ମୃତ ହୋଇଥିବା ବେଳେ ରୁନା ମଧ୍ୟ ଲାଗି ଯାଇଥିଲେ। ଯାହା ଫଳରେ ଗୋଟିଏ ଗ୍ରହ ପାଳିତ ପଶୁ ର ମୃତ ହୋଇଥିବା ବେଳେ,ରୁନା ର ମଧ୍ୟ ଜୀବନ ଚାଲି ଯାଇଛି ବିଧବା ମା ପ୍ରଥମେ ସ୍ବାମୀ ମୃତୁ ପରେ ରୁନା କୁ ନେଇ ଆଉ ଅଧା ବୟସ କଟାଇବାକୁ ଚିନ୍ତା କରିଥିଲେ। ବର୍ତ୍ତମାନ ରୁନା ଚାଲିଗଲା ପରେ ତାହାର ସାହା କିଏ ହେବ ବୋଲି କହିଛନ୍ତି।ଗରୀବ ପରିବାର ହୋଇଥିବାରୁ ତୁରନ୍ତ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଆବଶ୍ୟକ ପଦକ୍ଷେପ ନେଇ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ ବାସି ଦାବି କରିଛନ୍ତି।ଏ ଘଟଣା ପରେ ଗ୍ରାମରେ ପାପଡାହାଣ୍ଡି ପୋଲିସ ଉପ ଖଣ୍ଡ ଅଧିକାରୀ ଆଦିତ୍ୟ କୁମାର ସେନ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ,ପାତ୍ରପୁଟ୍ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ତେନ୍ତୁଳିଖୁଣ୍ଟି ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା ଉପସ୍ଥିତ ଥିଲେ ।ଏ ନେଇ ପାପଡ଼ାହାଣ୍ଡି ଉପଖଣ୍ଡ ଅଧିକାରୀ ଙ୍କୁ ପଚାରିବାରୁ ଉଭୟଙ୍କ ପକ୍ଷରୁ ବୁଝାମୁଣା ହୋଇଯାଇଛି ତୁରନ୍ତ ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ନିଆଯିବ ବୋଲି କହିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More