ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବୌଦ୍ଧ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭ୍ର ସୁରଜିତା ଷଢଙ୍ଗୀ ପ୍ରଥମ, କାଜଲ ନାଏକ ଦ୍ଵିତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସାମ୍ରାଗ୍ନୀ ଐଶ୍ୱଯ୍ୟl ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ରେ କେନ୍ଦ୍ରୀୟ ବିଦ୍ୟାଳୟର ବାଳଗୋପାଳ ପୁରୋହିତ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରାଜଶ୍ରୀ ମହାପାତ୍ର ଦ୍ଵିତୀୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର ଚିନ୍ମୟୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ଏବଂ ଅନ୍ୟାନ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ l ଅପରାହ୍ନ ରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀ ଏବଂ ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରାଙ୍କ ତତ୍ୱାବଧାନରେ ଜ଼ିଲ୍ଲା ସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ମିଳିତ ଗ୍ରାମ ପଂଚାୟତ ହାଇସ୍କୁଲ ପଲସl ଗୋରା, ଜହ୍ନl ପଙ୍କ ଉଚ୍ଚ ବିଦ୍ୟାଳୟ, ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଜହ୍ନl ପଙ୍କ ଉଚ୍ଚ ବିଦ୍ୟାଳୟ ଓ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ , ଜବାହାର ନବୋଦୟ ବିଦ୍ୟାଳୟ ଦ୍ଵିତୀୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ, ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଚତୁର୍ଥ, ମିଳିତ ଗ୍ରାମ ପଂଚାୟତ ହାଇସ୍କୁଲ ପଞ୍ଚମ ସ୍ଥାନ ଅଧିକାର କରି ମାନ୍ୟବର ମନ୍ତ୍ରୀ,ଜଙ୍ଗଲ, ପରିବେଶ, ଜଳ ବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଜ଼ିଲ୍ଲା ପ୍ରଶାସନ ତରଫରୁ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ ଖୋଦ ଜ଼ିଲ୍ଲାପାଳ l ଏହି ପ୍ରତିଯୋଗିତାକୁ ସଫଳ କରିବାକୁ ଜ଼ିଲ୍ଲା ସଂଗ୍ରହାଳୟର ସମସ୍ତ କର୍ମଚାରୀ, ସ୍ଥପତି ସୁମନ ଷଡ଼ଙ୍ଗୀ ଏବଂ ଶିକ୍ଷାନୁଷ୍ଟାନର ଶିକ୍ଷକ, ଶିକ୍ଷୟିତ୍ରି, ପ୍ରତିଯୋଗୀଙ୍କ ସହଯୋଗରେ ଏହି ଜ଼ିଲ୍ଲା ସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତା ସଫଳ ହୋଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More