ବିଦ୍ୟାଳୟ ପରିସରରେ ମଦ୍ୟପାନ, ମଦ ନିଶାରେ ବିଦ୍ୟୁତ କର୍ମଚାରୀ

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପାୱାର ହାଉସ ରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀ ପ୍ରଦୀପ ସାହୁ ଏକ ବିଦ୍ୟାଳୟ ପରିସରରେ ମଦ ପିଉଥିବା ଓ ଜଣେ ବ୍ୟକ୍ତି ନାମ ଧରି ଅଶ୍ଳୀଳ ଭାଷାରେ ଡ଼ାକୁ ଥିବା ଭିଡିଓ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।ଆହୁରି ମଧ୍ୟ ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ଏହି କର୍ମଚାରୀ ଜଣକ କିଭଳି ଭାବେ ମଦ ପିଇଲେ ,ତାର ତଦନ୍ତ ହେବା ଦରକାର ଓ ବିଦ୍ୟୁତ୍ ବିଭାଗ ଭଳି ଏକ ବିପଦପୂର୍ଣ୍ଣ ବିଭାଗରେ କାର୍ଯ୍ୟ କଲାବେଳେ ମଦ ପିଇବା କେତେ ଯଥାର୍ଥ ? ସୂଚନା ଅନୁସାରେ,ବିଦ୍ୟୁତ୍ କର୍ମଚାରୀ ପ୍ରଦୀପ ସାହୁ ବିଭିନ୍ନ ସମୟରେ ମଦ ପିଇ ଲୋକ ମାନଙ୍କ ସାଙ୍ଗରେ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରୁଥିବା ନେଇ ଅଭିଯୋଗ ହୋଇଛି ।ଆହୁରି ମଧ୍ୟ ଘଣ୍ଟାପଡ଼ା ପାୱାର ହାଉସ ଅନ୍ତର୍ଗତ ମାଣିକପୁର ଫ୍ରିଡର ଅଧୀନରେ ଉଭୟ ନାରାୟଣ ପ୍ରସାଦ ଓ ବରଗାଁ ପଞ୍ଚାୟତର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ମାନେ ବିଦ୍ୟୁତ୍ ବିଭ୍ରାଟ ହେଲେ ଟାଟା ପାୱାର କୁ ଫୋନ୍ କରି ନିଜର ଅଭିଯୋଗ ବିଷୟରେ ଜଣାଇଥାନ୍ତି ।କିନ୍ତୁ ଅଭିଯୋଗ ଜଣାଇବାର ତିନି ଚାରି ଦିନ ପରେ ଏହି ବାବୁ ଜଣକ ଉକ୍ତ ସ୍ଥାନକୁ ଆସି ଖାମଖିଆଲି ମନୋଭାବ ନେଇ କାର୍ଯ୍ୟ କରିଥାନ୍ତି । ଏବଂ ବେଳେ ବେଳେ ଅଭିଯୋଗ ସ୍ଥାନ ମାନଙ୍କୁ ନ ଯାଇ କୌଣସି ସମାଧାନ ନ କରି ଟାଟା କମ୍ପାନୀ କାର୍ଯ୍ୟାଳୟକୁ ମିଥ୍ୟା ଖବର ଦେଇଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି ।ଦଶହରା ବେଳକୁ ଦଶହରା ମେଳା ନାମରେ ଜୋର ଜବରଦସ୍ତି ଚାନ୍ଦା ଅସୁଲ କରନ୍ତି ।ନହେଲେ ଯିଏ ଚାନ୍ଦା ଦେଇ ନ ପାରିଲେ ତାର ବିଦ୍ୟୁତ୍ ସଂଯୋଗ କରିବି ନାହିଁ ବୋଲି ରୋକ ଠୋକ୍ ମନା କରିଦେଇଥାନ୍ତି ।ଯଦି କେହି କିଛି ଅଭିଯୋଗ କରେ ତାର କୌଣସି ଅଭିଯୋଗ ଶୁଣନ୍ତି ନାହିଁ। ଓଲଟା ମୋର କେହି କିଛି କରିପାରିବେ ନାହିଁ ବୋଲି ନାଲି ଆଖି ଦେଖାଇଥାନ୍ତି ।ଅନେକ ବିଦ୍ୟୁତ୍ ଗ୍ରାହକ ମାନଙ୍କ ଠାରୁ ଅଧିକ ଟଙ୍କା ନେଇ କମ ଟଙ୍କାର ରସିଦ ଦେଇଥାନ୍ତି ।ଏହି ବାବୁ ଜଣକ ଉକ୍ତ ସ୍ଥାନରେ ୧୦ବର୍ଷରୁ ଅଧିକ ଦିନ ଧରି ଚାକିରି କରୁଥିବାରୁ ଏପରି ସମସ୍ୟା ଉପୁଜୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏଣୁ ଏପରି ଏକ ବିଶୃଙ୍ଖଳିତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଅନ୍ୟ ଏକ କର୍ମଚାରୀଙ୍କୁ ନିଯୁକ୍ତି କରିବା ପାଇଁ ବିଦ୍ୟୁତ୍ ବିଭାଗ ଠାରେ ଅଞ୍ଚଳବାସୀ ଦାବୀ କରିଛନ୍ତି ।ଏସଂପର୍କରେ ବୌଦ୍ଧ ସ୍ଥିତ ବିଦ୍ୟୁତ୍ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ ରାଉତ ଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More