ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରରେ ନିମ୍ନମାନର କାମକୁ ବିରୋଧ କଲେ ଗ୍ରାମବାସୀ

100

Get real time updates directly on you device, subscribe now.

ନବରଙ୍ଗପୁର(ସମଘର୍ଷ ମିଡିଆ) : -ବିଦ୍ୟାଳୟରେ ନୂଆକରି ତିଆରି ହେଉଥିବା ରୋଷେଇ ଘରେ ଲାଗିଛି ପୁରୁଣା ଝରକା, କବାଟ l ସେହିଭଳି ଅଙ୍ଗନବାଡି କେନ୍ଦ୍ରର କାମ ଚାଲିଛି ଅତି ନିମ୍ନମାନର l ଏହିଭଳି ଅଭିଯୋଗ କରିଛନ୍ତି ଗ୍ରାମର କିଛି ଯୁବକ l ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକର ସଦର ମହକୁମାର ଢ଼ୋଡ୍ରାପାରା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ସରକାର ତରଫରୁ ଏକ ଘର ଆସିଥିବା ବେଳେ ଠିକାଦାର ପିଲର ନବନେଇ ଅଙ୍ଗନବାଡି ପାଚେରୀ କାନ୍ଥରେ ଘର ତିଆରି କରିଦେଇଥିବାର ଦେଖିବାକୁ ମିଳିଛି ତାହାପୁଣି ଅତି ନିମ୍ନମାନର ସେହିଭଳି ଢୋଡ୍ରାପାରା ପ୍ରାଥମିକ ବିଦ୍ୟାଳୟ ରେ ସରକାର ତରଫରୁ ଏକ ରୋଷେଇ ଘର ନିର୍ମାଣ ପାଇଁ ପଇସା ଆସିଥିବା ବେଳେ ରାଇଘର ସରପଞ୍ଚ ସେହି କାମକୁ ଜଣେ ଠିକାଦାରଙ୍କୁ ଦେଇ କାମ କରାଉଥିବା ବେଳେ ଠିକାଦାର ରୋଷେଇ ଘରରୁ ଜେନତେନ ପ୍ରକାରେ ତିଆରି କରିଦେବା ସହ କୌଣସି ସରକାରୀ କାର୍ଯ୍ୟାଳୟର ପୁରୁଣା ଝରକା, କବାଟ ଆଣି ଲଗେଇ ଦେଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ lସୂଚନା ଥାଉ କି ଅଙ୍ଗନବାଡି କାମ ଏବଂ ବିଦ୍ୟାଳୟର କାମ ଜଣେ ହିଁ ଠିକାଦାର କରୁଛନ୍ତି lଆଜି ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ, ଗ୍ରାମବାସୀଙ୍କ କହିବା କଥା ଏହି କାର୍ଯ୍ୟ ଅଧାରୁ ଅଧିକ ହୋଇଯାଇଥିଲେ ସୁଦ୍ଧା କାର୍ଯ୍ୟ ପାଖେ ଯନ୍ତ୍ରୀ କିମ୍ବା ପ୍ରଶାସନର କୌଣସି ଅଧିକାରୀ ଆସି ନାହାନ୍ତି, ଫଳରେ ଅଙ୍ଗନବାଡିଏବଂ ବିଦ୍ୟାଳୟ ର କାର୍ଯ୍ୟ ହେଉଛି ନିମ୍ନ ମାନର ସରପଞ୍ଚ ଗ୍ରାମର ଯୁବକ ମାନଙ୍କୁ ଗ୍ରାମ ର ଅଙ୍ଗନବାଡି ଏବଂ ବିଦ୍ୟାଳୟ କାମକୁ କରିବାକୁ ନଦେଇ ଅଲଗା ଠିକାଦାରଙ୍କୁ ଦେଇଦେଇଛନ୍ତି lସେଥିପାଇଁ କାମ ନିମ୍ନମାନର ହୋଇଛି lଏହି କାର୍ଯ୍ୟ ପାଖେ ଯନ୍ତ୍ରୀ ଯେତେଦିନ ଯାଏ ନ ଆସି ସମାଧାନ ନ କରିବେ ସେତେଦିନ ଯାଏ କାମ ବନ୍ଦ ଥିବ ବୋଲି ଗ୍ରାମବାସୀ କହିଛନ୍ତି lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More