ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ସଦର ବ୍ଳକର ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ପାତ୍ରମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସୌର ଚାଳିତ ପଠନ ବତୀ ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ,ବି.ଇ.ଓ ସୁଶ୍ରୀ ସୁପ୍ରିୟା ନାୟକ, ସି.ଆର.ସି.ସି ନିରଞ୍ଜନ ବିଷୋୟୀ,ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ସାହୁ ଏବଂ ଆୟୋଜକ ଅଗ୍ରଗାମୀ ତରଫରୁ ପରିଯୋଜନା ପ୍ରବନ୍ଧକ ଶ୍ରୀ ଜଗନ୍ନାଥ କୁଳସ୍ୱାମୀ ମିଶ୍ର ଉପସ୍ଥିତ ଥିଲେ | ସଭାରେ ଗ୍ରାମ ଉନ୍ନୟନ କମିଟୀର ସଦସ୍ୟବୃନ୍ଦ, ମହିଳା ସମୂହ ସଦସ୍ୟା ବୃନ୍ଦ,ଓ ଗ୍ରାମର ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ | ବିଜୁଳି ସମସ୍ୟା ଗ୍ରହଣରେ ବାଧକ ହେବ ନାହିଁ ଏବଂ ସୌର ଶକ୍ତି ଏହାର ଅଭିନବ ଓ ଭବିଷ୍ୟତର ଶକ୍ତ ଉତ୍ସ ବୋଲି ଡି.ଇ.ଓ ମହୋଦୟ ସଭାରେ ସମସ୍ତଙ୍କୁ ଅବଗତ କରାଇଥିଲେ | ବି.ଇ.ଓ କହିଥିଲେ ଯେ ଶିକ୍ଷାର ବିକାଶ ପାଇଁ ସମସ୍ତ ସ୍ବେଛାସେବୀ ଏବଂ ଅନନ୍ୟ ବେସରକାରୀ ସଂଗଠନ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଶିକ୍ଷା ବିକାଶ ତରଫରୁ ପ୍ରଦାନ କରାଯିବ | ଏହି ପରିଯୋଜନା ପାଇଁ ଆର୍ଥିକ ସହଯୋଗ HDFC ବ୍ୟାଙ୍କ କରୁଅଛି | ଏବଂ ଚଳିତ ବର୍ଷରେ ନବରଙ୍ଗପୁର ବ୍ଳକ ଏବଂ ନନ୍ଦାହାଣ୍ଡି ବ୍ଳକର ୧୪ ଗୋଟି ଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ବିକଶିତ କରିବା ପାଇଁ ଯୋଜନା ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।