ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

13

Get real time updates directly on you device, subscribe now.

ନବରଙ୍ଗପୁର( ସଂଘର୍ଷ ମିଡିଆ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ସଦରମହକୁମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଛି । ଦିବା,୧୧,୩୦ମି, ସମୟ୍ରରେ ସ୍ଥାନୀୟ ସରପଞ୍ଚ ମନମୋହନ ଦଳପତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଷାକ ବଣ୍ଟନ କରିଥିଲେ ।ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାହୁଙ୍କ ନେତୃତ୍ବରେ ବିଦ୍ୟାଳୟ ର ଛାତ୍ର ୫୯ଏବଂ ଛାତ୍ରୀ ୭୩ ସର୍ବମୋଟ୧୩୨ ଜଣଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ।ସି ଆର ସି ସି ଚିତ୍ର ହରିଜନ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ କିପରି ପରିଧାନ କରିବେ, ସେ ସଂପର୍କରେ ଆଲୋକ ପାତ କରିଥିଲେ ।ସ୍କୁଲ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ର, ସଭ୍ୟ ଗୋପିନାଥ ଟାକ୍ରି ସୁଶିଲ ବାଘ ସମେତ ସମସ୍ତ ସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ। ସେହିଭଳି ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ପୋଷାକ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ର ମାନ୍ୟ ଗନ୍ୟ ବ୍ୟକ୍ତି , ପୂର୍ବତନ ଛାତ୍ର ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ ସଭ୍ୟା ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ରୀଷ୍ଣା ପଦ ମଣ୍ଡଳ ଙ୍କ ନେତୃତ୍ୱରେ ପୋଷାକ ବିତରଣ କରାଯାଇଥିବା ବେଳେ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ପରିଡ଼ା। ଅତିଥି ମାନଙ୍କ ମଧ୍ୟରେ ସଭାପତି ଅଶ୍ୱିନ ବାଘ ସି ଆର୍ ସି ଚିତ୍ର ହରିଜନ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ପବିତ୍ର ହରିଜନ, ଶିକ୍ଷକ ପ୍ରହ୍ଲାଦ ସାହୁ ,ସୁଶାନ୍ତ କୁମାର ସାହୁ ,ବରିଷ୍ଠ ଶିକ୍ଷକ ରଂଜନ କୁମାର ମହାପାତ୍ର , ଶିକ୍ଷୟତ୍ରୀ ଲିଜା ବଳ ,ଅରୁଣ ରାଉତ ,ଶିକ୍ଷୟତ୍ରୀ ସନ୍ତୋସିନି ନାୟକ ,କନକ ନାୟକ ,କର୍ମଚାରୀ ବିନାରାଣୀ ମଣ୍ଡଳ, ଗଣେଷ ମଲ୍ଲିକ ଏବଂ ସାମ୍ବାଦିକ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ତଥା ପୂର୍ବତନ ଛାତ୍ର ଉପସ୍ଥିତ ରହି ପୋଷାକ ବଣ୍ଟନ ଉପରେ ବିଭିନ୍ନ ମନ୍ତବ୍ୟ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ବିଷୟରେ ନିଜର ଅନୁଭୂତି ପ୍ରଦାନ କରିଥିଲେ।ଶେଷରେ ପ୍ରହ୍ଲାଦ ସାହୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More