ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଏମ. ଖୁଟୁଗୁଡା ଗ୍ରାମରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ପାନୀୟଜଳ ସୁବିଧା, ଶ୍ରେଣୀଗୃହ ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଦାବି କରି ଶନିବାର ସକାଳେ ଗ୍ରାମବାସୀ ମାନେ ଅକ୍ଟୋବର ମାସ ୨୨ ତାରିଖ ଦିନ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।ଏଥିରୁ ଶିକ୍ଷକ ସଞ୍ଜୟ ଜେନାଙ୍କୁ ଗୋଦମାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ ରହିଛନ୍ତି | ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି | ୧୩୧ ପିଲାଙ୍କ ପାଠପଢା ଉପରେ ପ୍ରଭାବ ପଡିବା ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ |ଆଜି ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ ଓ ସ୍ଥାନୀୟ ସରପଞ୍ଚ ସୁକୃ ଭତ୍ରା ପ୍ରମୁଖ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ | ଏଥିରେ ଡେପୁଟେସନରେ ଯାଇଥିବା ଶିକ୍ଷକ ଙ୍କ ଆଦେଶନାମା ବାତିଲ କରାଯାଇଛି।ବିଦ୍ୟାଳୟ ପରିସର ମଧ୍ୟରେ ୭ ଦିନ ମଧ୍ୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣକରାଯିବା ଓ ପଞ୍ଚାୟତ ତରଫରୁ ପାନୀୟଜଳ ଯୋଗାଣ କରାଯିବା ନେଇ ପ୍ରତିଶ୍ରୁତି ବ୍ଲକ ଅଧ୍ୟକ୍ଷା ଦେବାପରେ ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକରୁ ତାଲା ଖୋଲିଥିଲେ | ପରେ ବିଦ୍ୟାଳୟରେ ପାଠପଢା ସ୍ଵାଭାବିକ ହୋଇଥିଲା | ଏହି ସମୟରେ ବୋରିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ପିଙ୍କି ଗୁପ୍ତା, ଘୋଡାଖୁଣ୍ଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା, ଶିକ୍ଷକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।