ବିଦ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାକୁ ନେଇ ପ୍ରତିବାଦ

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଶିକ୍ଷାର ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ଯ କରୁଥିବା ବେଳେ ହଠାତ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସ୍ବାଧୀନତାକୁ କଣ୍ଠରୋଧ କରିବାକୁ ଯାଇ ବିଦ୍ୟାଳୟ ଗୁଡିକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରବେଶ ମନା ଭଳି ଏକ ସୂଚନା ଜାରି କରିବା ପରେ ସମଗ୍ର ରାଜ୍ୟରେ ଏହାରି ଦୃଢ ବିରୋଧ ଆରମ୍ଭ ହୋଇଛି l କାହିଁକି ? କେଉଁ ପରିସ୍ଥିତି ? ଏବଂ କେଉଁ ଘଟଣାକୁ ନେଇ ? ରାଜ୍ୟ ଶିକ୍ଷା ମନ୍ତ୍ରୀ ଏଭଳି ଏକ ଚ୍ୟାଲେଞ୍ଜ ଭରା ମନ୍ତବ୍ୟ ଦେଲେ ତାହାକୁ ନେଇ ଦଳଗତ ନିର୍ବିଶେଷରେ ସାଧାରଣ ଜନତା, ବୁଦ୍ଧିଜୀବି ସୁଦ୍ଧା ନିନ୍ଦା କରୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ତରଫରୁ ଏକ ଅଭିନଵ ପ୍ରତିବାଦ କରାଯାଇଛି l ଆଜି ମଧ୍ୟାହ୍ନରେ ସଂଘର କିଛି ସଦସ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ବିସ୍ପୋରକ ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ପାଇଁ ଜବରଦସ୍ତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟକୁ ପ୍ରବେଶ କରି ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ସହ ଯଦି ସତ ସାହସ ଅଛି ଶିକ୍ଷା ବିଭାଗ ସେମାଙ୍କୁ ଗିରଫ କରୁ ବୋଲି ତେତାବନୀ ଦେଇଥିଲେ l ଏହି ଅଭିନବ ପ୍ରତିବାଦରେ କବ୍ଜାର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣଚରଣ ସାହୁ, କାର୍ଯ୍ୟକାରୀ ସଦସ୍ୟ ବଂଶୀଧର ମାଝୀ, ରଞ୍ଜନ କୁମାର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ l ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କ ଏଭଳି ମନ୍ତବ୍ୟ ତଥା ଜାରି କରିଥିବା ସୂଚନାକୁ ମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ସଂଘ ରାଜା ରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦର ସ୍ବରକୁ ଆହୁରି ଶାଣିତ କରିବ ବୋଲି ସଂପାଦକ ପୂର୍ଣ୍ଣଚରଣ ସାହୁ କହିଛନ୍ତି lବୌଦ୍ଧ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More