ଡାବୁଗାଁ(ସଂଘର୍ଷ ମିଡିଆ) ; – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀର ଛାତ୍ର ସୋମବାର ନିଖୋଜ ହୋଇଯାଇଥିବା ଖବର ପାଇ ଛାତ୍ର ଙ୍କ ବାପା ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ଆଣିଥିଲେ | ବୁଧବାର ସକାଳ ସମୟରେ ଛାତ୍ର ଙ୍କ ଝୁଲନ୍ତା ମୃତଦେହ ମାନଗାଁ ସ୍ଥିତ ନଦି କୁଳରେ ଥିବା ଏକ କାଜୁ ଗଛ ରୁ ଉଦ୍ଧାର ହୋଇଛି । ସୂଚନା ଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବାଉଁଶବେଡା ଗ୍ରାମର ଖଗପତି ହରିଜନ ଙ୍କ ପୁଅ ଶଙ୍କର ହରିଜନ (୧୫) ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଶଙ୍କର ବିଦ୍ୟାଳୟ ର ଛାତ୍ରାବାସ ରେ ରହିଆସୁଥିଲେ । ଗତ ତା ୭/୧୧/୨୦୨୨ ରିଖ ସୋମବାର ଅପରାହ୍ନ ସମୟରେ ହଠାତ୍ ବିଦ୍ୟାଳୟରୁ ଶଙ୍କର ଙ୍କ ବାପା ଖଗପତି ଙ୍କ ଫୋନ୍ କୁ ବିଦ୍ୟାଳୟ ରୁ ଫୋନ୍ ଆସିଲା । ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ବିଦ୍ୟାଳୟ ପରିସର ଭିତରେ ନାହିଁ । ସେ ଖବର ପାଇ ବିଦ୍ୟାଳୟ କୁ ଗଲେ | ପଚରିବୁଝିଲେ ପରେ ତାଙ୍କ ପରିବାର ର କିଛି ଲୋକଙ୍କୁ ମଧ୍ୟ ପଚାରିଲେ । ବହୁତ୍ ଖୋଜା ଖୋଜି ପରେ ଆସି ମଙ୍ଗଳବାର ଅପରାହ୍ନ ସମୟରେ ତାଙ୍କ ପୁଅ ଶଙ୍କର ଙ୍କୁ ଅପହରଣ କରାଯାଇଥିବା ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତି କରି ଥାନା କେସ ନଂ ୧୭୦/୨୨ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚାଲିଥିବା | ବିଦ୍ୟାଳୟ ପାଖ ରେ ଥିବା ନଦୀ କୂଳରେ ଥିବା ଏକ କାଜୁ ଗଛରେ ଛାତ୍ର ଶଙ୍କର ଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଏହି ଖବର ପାଇ ମୃତ ଛାତ୍ର ଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ମାନେ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ପ୍ରଧାନଶିକ୍ଷକ ସାନକିଶୋର ନାୟକଙ୍କୁ ମାରପିଟ କରିଥିଲେ ଫଳରେ ପ୍ରଧାନଶିକ୍ଷକ ଙ୍କ ହାତ ଭାଙ୍ଗିଥିବା ସୂଚନା ମିଳିଛି | ପରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଉ ମଧ୍ୟାନ୍ନ ୧୧ ଘ. ଠାରୁ ଡ଼ାବୁଗାଁ ଠାରୁ ମୈଦଲପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ | ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଥିଲା | ଅନ୍ୟପଟେ ଡାବୁଗାଁ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ, ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ଶବର, ଡାବୁଗାଁ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ପହଞ୍ଚି ପହଞ୍ଚିବା ପରେ ନବରଙ୍ଗପୁର ପୋଲିସ ମୁଖ୍ୟାଳୟରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରଯାଇଥିଲା | ପରେ ପୋଲିସ ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପରେ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ | ଏଥିରେ ମୃତକର ସମ୍ପର୍କୀୟ ମାନେ ପ୍ରଧାନ ଶିକ୍ଷକ ଙ୍କ ନିଲମ୍ବନ ସହ ଗିରଫ କରିବା ଓ ମାମଲା ଦଦନ୍ତ କରୁଥିବା ଅଧିକାରୀଙ୍କୁ ହଟାଇବା ଆଦି ଦାବି ରଖିଥିଲେ | ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିବାପରେ ଏହି ଘଟଣାର ତଦନ୍ତ କରାଯାଇ ରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ | ସେଥିରେ ଦୋଷୀ ମାନଙ୍କ ଉପରେ କାର୍ଯ୍ୟ|ନୁ ଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ପରେ ରେଡକ୍ରସ ପାଣ୍ଠିରୁ ଉପଜିଲପାଳ ମୃତକର ପିତାଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ | ପରେ ରାସ୍ତା ରୋକ ହଟିବା ପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା | ଏହାପରେ ମୃତକର ପିତା ଖଗପତି ହରିଜନ ଏତଲା ଦେଇଥିଲେ | ତାଙ୍କ ଏତଲାକୁ ଭିତ୍ତି କରି ଥାନା କେସ ନଂ ୨୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି |