ବିଦ୍ୟାଦାତା ଗଣେଶଙ୍କ ପୂଜା ପାଇଁ ମୂର୍ତ୍ତି କାରିଗର ଚଳଚଞ୍ଚଳ

15

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) ; -ଦିନ କେଇଟା ପରେ ବିଦ୍ୟାଦାତା ଗଣେଶଙ୍କ ପୂଜା । ସେଥିପାଇଁ ଚାରିଆଡେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଶେଷ କରି ମୂର୍ତ୍ତି କାରିଗରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କରୋନା କଟକଣା ହଟିଥିବାରୁ ଦୀର୍ଘ ୨ ବର୍ଷ ପରେ ଟିକେ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି କାରିଗର । ଏସବୁ ଭିତରେ କିନ୍ତୁ ଦାଉ ସାଧୁଛି ପ୍ରକୃତି । ବନ୍ୟା ପରେ ପରେ ବର୍ଷା ଯୋଗୁ ମୂର୍ତ୍ତି ଶୁଖିବାରେ ସମସ୍ୟା ହେଉଛି । ଯାହାକୁ ନେଇ ଚିନ୍ତାରେ କାରିଗର । ମାଟିର ଲେପ ଦେଇ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଗଣେଷ ମୂର୍ତ୍ତି । ଛୋଟରୁ ଆରମ୍ଭ କରି ବଡ, ବିଭିନ୍ନ ଭଙ୍ଗୀର ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର । କିଛି ଦିନ ପରେ ଗଣେଶ ପୂଜା, ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୂଜା ପାଇବେ ବିଘ୍ନ ବିନାଶକ । ସେଥିପାଇଁ ବେଶ ଚଳଚଞ୍ଚଳ ସାଲେପୁର ବ୍ଲକ କିସୀନାପୁର ଗ୍ରାମ ର ଶିଳ୍ପୀ କୁମ୍ଭାର ସାହି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମୂର୍ତ୍ତି ନିର୍ମାଣ କାମ । କାରିଗରଙ୍କ ହାତକୁ ଫୁରସତ୍ ନାହିଁ । ବିଗତ ୨ ବର୍ଷ ହେଲା କଟକଣା ମଧ୍ୟରେ ପୂଜା ହେଉଥିବାରୁ ନିର୍ଦ୍ଧିଷ୍ଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହେଉଥିଲେ। କିନ୍ତୁ ଚଳିତ ବର୍ଷ ହଟିଛି କଟକଣା । ଗଣେଶ ମୂର୍ତ୍ତି ଉଚ୍ଚତା ୬ ଫୁଟ୍ ଓ ଅଧିକ କରାଯାଉଛି । ପୂଜା ପାଇଁ ଭଲ ଅର୍ଡର ମଧ୍ୟ ମିଳିଛି । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ ମୂର୍ତ୍ତି ପାଇଁ ବରାଦ ଦେଇଛନ୍ତି । ବରାଦ ମୁତାବକ ମୂର୍ତ୍ତି ଗଢୁଛନ୍ତି କାରିଗର । କିସୀନାପୁର କୁମ୍ଭାର ସାହି ମୂର୍ତ୍ତିର ଚାହିଦା କେବଳ ସାଲେପୁର ନୁହେଁ ବରଂ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଛି ଚାହିଦା। ସାଲେପୁର,ଚୈଦ୍ଵାର,କଟକ, ଜଗତପୁର, ଯାଜପୁର କେନ୍ଦ୍ରାପଡ଼ା,ଭୂବନେଶ୍ଵର, ମୂର୍ତ୍ତି ନେବାକୁ ଏଠାକୁ ଆସିଥାନ୍ତି ଲୋକେ । ବର୍ଷା ଦିନ ଆସିବା ପୂର୍ବରୁ ନଦୀରୁ ଚିକିଟା ମାଟି ଆଣି ମୂର୍ତ୍ତି ତିଆରି କରାଯାଏ। ଦୁଇ ମାସ ତଳୁ ପ୍ରସ୍ତୁତିରେ ଲାଗିପଡନ୍ତି କାରିଗର । ଏସବୁ ଭିତରେ କିନ୍ତୁ ମୂର୍ତ୍ତି ନିର୍ମାଣରେ ବାଧକ ସାଜିଛି ପ୍ରକୃତି । ପ୍ରଥମେ ବନ୍ୟା ଆଉ ଏବେ ବର୍ଷା ମୂର୍ତ୍ତି ଶୁଖାଇବାରେ ସମସ୍ୟା ସୃଷ୍ଟି କରୁଛି । ଖରା ହେଉନଥିବାରୁ ଗ୍ୟାସ୍ ଏବଂ କାଠ ଜାଳି ମୂର୍ତ୍ତି ଶୁଖାଉଛନ୍ତି କାରିଗର । ତଥାପି ଗ୍ରାହକଙ୍କ ମନ ମୁତାବକ ମୂର୍ତ୍ତି ପ୍ରସ୍ତୁତ କରି ଠିକ୍ ସମୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି କାରିଗର । ପୂଜା ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ପୂଜା କମିଟି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More