ବିଦେଶକୁ ରୋଜଗାର କରିବାକୁ ଯାଇ ଫେରିଲା ନାବାଳିକାର ଶବ

33

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ପଂଚାୟତ ଅନ୍ତର୍ଗତ ତେଲକନାଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟଥରା ଘଟଣା। ଗ୍ରାମର ଜଣେ ନାବାଳିକା ବାହାର ରାଜ୍ୟକୁ ସିଲେଇ ଶିଖିବାକୁ ଯାଇ ମୃତ୍ୟୁବରଣ କରିଛନ୍ତି। ଦୟନୀୟ ଅବସ୍ଥାରେ ବାଳିକାର ଶବ ଆସି ପହଂଚିଛି ପରିବାର ପାଖରେ। ସୂଚନା ମୁତାବକ ତେଲକନାଡି ଗ୍ରାମର ସଦା ହରିଜନ ଙ୍କ ତୃତୀୟ ଝିଅ ଜମ୍ବୁବତୀ ହରିଜନ (15) ଗତ 4ମାସ ତଳେ ଟେଲର ଟ୍ରେନିଙ୍ଗ କାମ କରିବି ବୋଲି ତ୍ରିପୁରା ଯାଇଥିଲେ।ଚାନ୍ଦଲି ଗ୍ରାମର ରମେଶ ହରିଜନ ନାମକ ଜଣେ ବ୍ୟକ୍ତି ଆସି ପରିବାର ଲୋକଙ୍କୁ ଫୁସୁଲେଇ ଗ୍ରାମର 4ଜଣ ଯୁବତୀଙ୍କୁ ନେଇଯାଇଥିଲେ।ପ୍ରଥମେ ପ୍ରଥମେ ପରିବାର ଲୋକେ ଝିଅ କୁ ପଠେଇବାକୁ ମନା କରିଥିଲେ ହେଁ ରମେଶ ର ଚାଟୁ କଥାରେ ପଡି ପରେ ଝିଅ କୁ ଛାଡିଦେଇଥିଲେ ରମେଶ ସାଙ୍ଗରେ।ସଦା ହରିଜନ ଜଣେ ନିତାନ୍ତ ଗରିବ ଖଟିଖିଆ ବ୍ୟକ୍ତି। ସେ ଗାଁ ଗାଈ ଗୋରୁ ଚରାଇ ପରିବାର ଭରଣପୋଷଣ କରନ୍ତି। ପରିବାର ରେ ମୋଟ 6 ଜଣ ସଦସ୍ୟ। ଜଣକ ଆୟ ରେ ଏତେ ବଡ଼ ପରିବାର କୁ ଚଳେଇବା ସମୁଦ୍ର କୁ ଶଙ୍ଖେ ପାଣି ସଦ୍ରୁଶ, ତେଣୁକରି ଝିଅ ମଧ୍ୟ ଦୁଇ ପଇସା ରୋଜଗାର କଲେ ମୋତେ ପରିବାର ଚଳେଇବା ଟିକେ ସହଜ ହେବ ଭାବି ଝିଅ କୁ ଟେକିଦେଇଥିଲେ ରମେଶ ହାତରେ।ସବୁ ଠିକଠାକ ଚାଲିଥିଲା, ହେଲେ ଶନିବାର ଦିନ ସକାଳ ର ଫୋନ ତାଙ୍କୁ ବ୍ୟସ୍ତ ବିବ୍ରତ କରିଦେଇଥିଲା। ତ୍ରିପୁରା ରୁ ତାଙ୍କ ଫୋନ ରେ କଲ ଆସିଲା ତୁମ ଝିଅ ସିରିଏସ ଅଛି, ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ପରିବାରଲୋକେ ଝିଅ କୁ ଘରେ ପହଞ୍ଚେଇବା ପାଇଁ ଅନୁରୋଧ କଲାରୁ ରବିବାର ଦିନ ପ୍ରାୟ 12 ଘଣ୍ଟା ସମୟରେ ଗାଁ ରେ ଏକ ବୋଲେରୋ (OR 24 B 5309)ଆସି ପହଁଚିଲା। ବୋଲେରୋ ର ପଛପଟେ ଝିଅର ଶବକୁ ଅତି ଦୟନୀୟ ଅବସ୍ଥା ରେ ରଖାଯାଇଥିଲା। ଶବ ଦେଖି ପରିବାର ଓ ଆତ୍ମୀୟ ଲୋକେ ଭୋଭୋ ହୋଇ କାନ୍ଦିଉଠିଥିଲେ,ଫଳରେ ସେଠାରେ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇ ଜାଇ ଥିଲା।ସରକାର ଗରିବ ଖଟିଖିଆ ମାନଙ୍କ ପାଇଁ ଯୋଜନା ତ ଅନେକ କରିଛନ୍ତି, ହେଲେ ଠିକାଦାର, ଯନ୍ତ୍ରୀ ଓ ଉପରିସ୍ଥ ଅଧିକାରୀମାନେ ବାଟମାରଣା କରି ହରିଲୁଟ କରିଦେଉଛନ୍ତି। ଫଳରେ ନିଜ ଅଂଚଳରେ କାମ ନ ପାଇ ଲୋକେ ବାହାର ରାଜ୍ୟରେ ଯାଇ ଖଟି ଅନେକ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି କି ମୃତ୍ୟୁ କୁ ବି ଆପଣେଉଛନ୍ତି।ଏପଟେ ଗାଈଗୋରୁ, ଛେଳିମେଣ୍ଢା ଚାଲାଣ କଲାପରି ଶହ ଶହ ଝିଅ ଅନ୍ୟ ରାଜ୍ୟକୁ କାମ କରେଇବା ଆଳରେ ନିଆଯାଉଛି।ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନ ଉଭୟେ କୌଣସି ପଦକ୍ଷେପ ନନେଇ ନିରବଦ୍ରଷ୍ଟା ସାଜିଛନ୍ତି। ତେଣୁକରି ଜିଲ୍ଲା ରେ ଝିଅ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠିକାଦାର ଓ ଦଲାଲ ମାନେ ନିର୍ଭୟ ରେ ଝିଅ ମାନଙ୍କୁ ବାହାର ରାଜ୍ୟକୁ ନେଇଯାଉଛନ୍ତି।କେଉଁଠି ବିକ୍ରି କରିଦେଇ ଦଲାଲ୍ ଫେରୁଛି ତ କେଉଁଠି ରୋଜଗାର କରିବା ବଦଳରେ ଶବ ଘରକୁ ଫେରୁଛି।ଉକ୍ତ ଗ୍ରାମରୁ ଆଉ ଚାରି ଜଣ ଝିଅ ଯାଇ ଥିବାରୁ ଗ୍ରାମବାସୀ ସେହି ବୋଲେରୋକୁ ଅଟକ ରଖିଛନ୍ତି,ସେମାନଙ୍କୁ ଫେରାଇ ଆଣିଲେ ଛାଡିବୁ।ଏଣୁ ପ୍ରଶାସନ ଏସବୁର ଅନୁସନ୍ଧାନ କରି ଦୃଢ଼ ପଦକ୍ଷେପ ନେବାପାଇଁ ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More