ଜଗତସିଂହପୁର(ସଂଘର୍ଷ ମିଡିଆ ) :-ଜଗତସିଂହପୁରର ବିଦାୟୀ ଭାରପ୍ରାପ୍ତ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ,ଜଗତସିଂହପୁର ଜିଲ୍ଲା ଯୁବ ଶାଖା ପକ୍ଷରୁ ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ବରେ ବିଦାୟକାଳୀନ ସମ୍ବର୍ଦ୍ଧିନ ପ୍ରଦାନ କରାଯାଇଅଛି। ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ପୋଲିସ ଅଫିସର ଭାବରେ ରଜନୀକାନ୍ତ ମିଶ୍ର ଦିର୍ଘ ୪ ବର୍ଷ ୬ ମାସ ଜଗତସିଂହପୁର ଥାନା ଅଧିକାରୀ ଭାବେ ନିଷ୍ଠାର ସହ କାର୍ଯ୍ୟ କରିବ ଆଇନଶୃଙ୍ଖଳା ରକ୍ଷା କରିବା ଦିଗରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କରୋନା ମହାମରୀର ସମୟରେ ହେଉ ବା କୌଣସି ବିପରିତ ପରିସ୍ଥିତି ରେ ଧର୍ଯ୍ୟର ସହ ନିଜର କର୍ତ୍ତବ୍ଯ ସମ୍ପାଦନ କରି ଜଗତସିଂହପୁର ବାସୀଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଜି ବିଦାୟକାଳୀନ ସମ୍ବର୍ଦ୍ଧିନା ସଭାରେ ନଗର କଂଗ୍ରେସ କାର୍ଯ୍ଯକାରୀ ସଭାପତି ପ୍ରଦିପ୍ତ କୁମାର ସାହୁ,ସାମାଜିକ କର୍ମୀ ପ୍ରଦୀପ୍ତ କୁମାର ମିତ୍ର,ପୂର୍ବତନ ଛାତ୍ର କଂଗ୍ରେସ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ,ଯୁବ ନେତା ଅତୁଲ୍ୟ କୁମାର ବିଶ୍ବାଳ,ଅମରଜିତ୍ ନାୟକ, ସେଖ୍ ସଲିମୁଦ୍ଦିନ,ସୁଜିତ କୁମାର ଦାସ, ସତ୍ୟପ୍ରକାଶ ମଲ୍ଲିକ,ଚିନ୍ମୟ କାଣ୍ଡି ପ୍ରମୁଖ ଯୋଗଦେଇଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।