ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ପାଳିତ

23

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସୁନ୍ଦରଗଡ ଶାଖା ରାଉରକେଲା ତରଫରୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ହୃଷିକେଶ ରାୟ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ରାଜକୁମାର ମହାନ୍ତି ମୁଖ୍ୟ ବକ୍ତା, ସମାଜସେବୀ ଚନ୍ଦ୍ରମଣି ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପାଲାଗାୟକ ମାନଙ୍କୁ ଜଣେଜଣେ ସଂସ୍କୃତି ର ଭାଗିରଥ ରୂପେ ଅବହିତ କରି କହିଲେ ଯେ ତ୍ୟାଗ ହିଁ ଅପ୍ରାକୃତିକ ପ୍ରେମ। ତ୍ୟାଗରେ ହିଁ ପ୍ରେମ ନିହିତ ଥାଏ।ଏହା ସହ ରାଧାକୃଷ୍ନ ଙ୍କ ପ୍ରେମ ଓ ଶିବପାର୍ବତୀଙ୍କ ନୈସର୍ଗିକ ପ୍ରେମ ସଂପର୍କରେ ବାଖ୍ୟାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି ବିଦଗ୍ଧ ଚିନ୍ତାମଣି କାବ୍ୟର ନାୟକ ଶ୍ରୀକୃଷ୍ଣ ଓ ନାୟିକା ରାଧାଙ୍କ ଶାସ୍ବତ ପ୍ରେମ ସଂପର୍କରେ ବାଖ୍ୟା କରିଥିଲେ। ଏହା ସହ ସଦଗୁଣ, ନିର୍ଗୁଣ, ବୈଷ୍ଣବ ଶାସ୍ତ୍ର ର ତିନି ରାଗ ତଥା କାମ କିପରି ଆତ୍ମନ୍ଦ୍ରୀୟ ପ୍ରିତିବାଞ୍ଛା ସଂପର୍କରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ପାଣି ନିଜ ବକ୍ତବ୍ଯ ରେ ରାଧା ଭାବ ରହିଲେ କୃଷ୍ଣ ପ୍ରାପ୍ତି ହେବାସହ ଓ ଅଭିମନ୍ୟୁଙ୍କୁ ମାଧୁର୍ଯ୍ୟ ରସର କବି ବୋଲି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ମାଝୀ ଅଭିମନ୍ୟୁ ଙ୍କ ପ୍ରେମ ଚରମ ସୀମାରେ ପହଞ୍ଚିଲା ପରେ ବିଦଗ୍ଧ ଚିନ୍ତାମଣି ସୃଷ୍ଟି ବୋଲି କହିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସଂପାଦକ ଭାବଗ୍ରାହୀ ବାରିକ ସ୍ବାଗତ ଭାଷଣ ଦେଇଥିବା ବେଳେ ଧୀରେନ୍ଦ୍ର କର ମଂଗଳା ଚରଣ ପାଠ କରିଥିଲେ। ଏହି ଅବସରରେ ଗାୟକ ସର୍ବଶ୍ରୀ ଅନିରୁଦ୍ଧ ପଣ୍ଡା,କଳ୍ପଲତା ରାଉତ,ଚନ୍ଦ୍ରମଣି ମାଝି,ଗୋପାଳ ପରିଡା,ମନୋରଞ୍ଜନ କର ପ୍ରମୁଖ ବିଦଗ୍ଧ କବିଙ୍କ ପଦାବଳୀ ଗାନ କରିଥିବା ବେଳେ ବାୟନରେ ବିରେନ୍ଦ୍ର କର,ଭରତଚନ୍ଦ୍ର କୁଣ୍ଡୁ,ଇନ୍ଦ୍ରମଣୀ ବେହେରା,ନଳିନୀରଂଜନ ପାଣିଗ୍ରାହୀ ପ୍ରମୁଖ ମୃଦଙ୍ଗ ଓ ଝାଞ୍ଜରେ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ସଭ୍ୟ ଭାବେ ଶ୍ରୀକାନ୍ତ କୁମାର ବାରିକଙ୍କୁ ଗ୍ରହଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରତାପ କିଶୋର ବିଶ୍ବାଳ,ନୃସିଂହ ଚରଣ ବିଶ୍ବାଳ,ଅଶୋକ ପଟ୍ଟନାୟକ,କିଶୋରୀ ମୋହନ କର, ବିଭୁତି ଭୂଷଣ ଦାସ, ସୁଜାତା ସ୍ବାଇଁ, ଶ୍ରୀନିବାସ ରଣା,ଅରକ୍ଷିତ ବେହେରା, ଉଲ୍ଲାସ ଚନ୍ଦ୍ର ରାଉତରାୟ,ଶ୍ରୀକାନ୍ତ ବାରିକ,ଧୃବଚରଣ ସାହୁ,କେତନ ବେହେରା,ନିଗମାନନ୍ଦ ପଣ୍ଡା,ସତ୍ୟ ନାରାୟଣ ସ୍ବାଇଁ, ଉପେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଗୋଲଖ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More