ବିଡ଼ିଓ ଓ ଠିକାଦାରଙ୍କ ପୁଅକୁ ୨୫ ହଜାର ଟଙ୍କା ଫାଇନ କାଟିଲେ ଆରଟିଓ

10

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) : – ରାଜ୍ୟ ସାରା ଆର ଟି ଓ ମାନେ ସକ୍ରିୟ ରହିଥିବା ବେଳେ |ଗାଡି ଚାଳକ ମାନଙ୍କୁ କଡାକଢି ତଦନ୍ତ କରାଯାଉଛି |ଗାଡିର କାଗଜପତ୍ର, ସାଙ୍ଗକୁ ହେଲମେଟ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ଚେକିଂ କରାଯାଉଛି |ଯେଉଁମାନେ ବିନା କାଗଜପତ୍ର, ବିନା ଲାଇସେନ୍ସ ଓ ବିନା ହେଲମେଟ ରେ ଗାଡି ଚଳାଉଛନ୍ତି ସେମାନଙ୍କ ଠାରୁ ଆଇନ ଅନୁଯାୟୀ ଫାଇନ ମଧ୍ୟ ଆଦାୟ କରାଯିବା ସହ ସେମାନଙ୍କୁ ସାବଧାନ ମଧ୍ୟ କରାଯାଉଛି |ଆଜି ଫୁଲବାଣୀ ଟ୍ରାନ୍ସସ୍ପୋର୍ଟଟିଙ୍ଗ ଇନ୍ସ ସ୍ପେକଟର ଶିବାନୀ ମାଝୀ ରାସ୍ତାରେ ଗାଡି ଚେକିଂ କରୁଥିବା ସମୟ ରେ ତାଙ୍କ ହାବୁଡ଼ରେ ପଡି ଯାଇଛନ୍ତି ଦୁଇଜଣ 16ବର୍ଷୀୟ ନାବାଳକ | ଯେଉଁମାନେ ସ୍କୁଟି ଧରି ଫୁଲବାଣୀ ରୁ ଶଙ୍ଖରାଖୋଲ ଆଡ଼େ ଯାଉଥିଲେ | ସେମାନଙ୍କ ମଧ୍ୟରେ ଜଣେ କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନ ଙ୍କ ପୁଅ ଶୁଭମ ପ୍ରକାଶ ପ୍ରଧାନ ଓ ଅନ୍ୟ ଜଣକ ହେଉଛନ୍ତି ଠିକାଦାର କମ୍ପୁପାଣି ସଣ୍ଡୋ ଙ୍କ ପୁଅ ବିଶ୍ୱଜିତ ସାଣ୍ଡୋ |ସମ୍ପୃକ୍ତ ନାବାଳକ ମାନଙ୍କୁ ଟ୍ରାନ୍ସସ୍ପୋର୍ଟଟିଙ୍ଗ ଇନ୍ସ ସ୍ପେକଟର ମେଡମ ଜଣକ 25000 ଟଙ୍କା ଫାଇନ କାଟିଥିବା ଚର୍ଚ୍ଚା ହେଉଛି |ପରିବହନ ବିଭାଗ ଅଧିନୀୟମ 199 ଇ ର (2) ଆଧାରରେ ଏହି ଫାଇନ କାଟିଥିବା ସୂଚନା ମିଳିଛି |ତାଛଡା ଏପ୍ରିଲ 1ତାରିଖ ରୁ ଏପ୍ରିଲ 7 ତାରିଖ ପର୍ଯ୍ୟନ୍ତ ଜିରୋ ମୋର୍ଟଲିଟି ସପ୍ତାହ ପରିବହନ ବିଭାଗ ପକ୍ଷରୁ ପାଳିତ ହେଉଥିବା ରୁ ଚେକିଂ କଢ଼ାକଢି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି | କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ…|

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More