କାର୍ଗିଲ ବିଜୟ ଦିବସରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି , ୫୦୦ ମିଟର ତ୍ରିରଙ୍ଗା ପରିକ୍ରମା କଲା ଆଠଗଡ ସହର

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଭାରତୀୟ ସେନାର ସୌର୍ଯ୍ଯ ଏବଂ ପରାକ୍ରମର ଦିବସ ବିଜୟ ଦିବସ ।ଆଜିର ଦିନରେ ଭାରତୀୟ ସେନାର ବୀର ସନ୍ତାନ ମାନଙ୍କ ବଳିଦାନରେ ପାକିସ୍ତାନ ର ଆଘୋଷିତ ଯୁଦ୍ଧକୁ ଜୟ କରିଥିଲା ଭାରତୀୟ ସେନା।କାରଗିଲ ପାହାଡ ଉପରେ ତ୍ରିରଙ୍ଗା ଉଡାଇବାର ସ୍ବର୍ଣିମ ମୂହର୍ତ୍ତକୁ ମନେ ପକେଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବରେ ସାରା ଦେଶରେ ପାଳିତ ହେଉଛି।ଓଡ଼ିଶାର ୬ ଜଣ ବୀର ସନ୍ତାନ ଏହି ଯୁଦ୍ଧରେ ମା ମାଟି ପାଇଁ ସହୀଦ ହୋଇଥିବା ଯୋଗୁଁ ପ୍ରତ୍ୟେକ ଓଡିଆ ପାଇଁ ଏହା ଏକ ସ୍ମରଣୀୟ ଦିନ।ଏହି ଦିବସକୁ ଆଜି ଆଠଗଡରେ ପୂର୍ବତନ ସୈନିକ ତଥା ସମାଜସେବୀ ଅଭୟ ବାରିକ ଆଠଗଡର ଝୁଲଣ ପଡିଆ ଠାରେ ଏହି ଦିବସକୁ ଏକ ବର୍ଣାଢ୍ୟ ଢଙ୍ଗରେ ପାଳନ କରିଛନ୍ତି।ରଥଗଡା ଛକ ଠାରେ ଭୁବନେଶ୍ଵରର ବାଲୁକାଶିଳ୍ପୀ ସୁବଳ ମହାରଣା ଙ୍କ ଦ୍ବାରା କାରିଗିଲ ବିଜୟ ଦିବସର ବାଲୁକାକଳା ଚିତ୍ର ପ୍ରଦର୍ଶନୀକୁ ବରିଷ୍ଠ ଆଇନଜୀବି ଉଦଘାଟନ କରିବା ସହିତ ସହୀଦ ପରିବାରର ସଦସ୍ୟ ମାନଙ୍କର ଗୋଡ଼ ଧୋଇ ସେମାନଙ୍କୁ ସମ୍ମାନ ଜଣାଇଥିଲେ ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ।ବାଲୁକାଚିତ୍ର ପ୍ରଦର୍ଶନ ସହିତ ୫୦୦ ମିଟର ଲମ୍ବର ଏକ ଜାତୀୟ ପତାକା ଶୋଭାଯାତ୍ରାରେ ବାହାରି ଆଠଗଡ ସହର ପରିକ୍ରମା କରିଥିଲା।ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏକ ସଭାରେ ଓଡ଼ିଶାର କାରିଗିଲ ଯୁଦ୍ଧରେ ସହୀଦ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୭ ଜଣ ସହୀଦ ଗଙ୍ଗାରାମ ଦାସ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କୁସୁଡା ଗ୍ରାମ , ,ସହୀଦ ପ୍ରମୋଦ ପଟ୍ଟନାୟକ ପୁରୀ ଜିଲ୍ଲା କଣାସ ବ୍ଲକ୍ ରକ୍ତପାଟଗାଁ, ସହୀଦ ଗୋପିନାଥ ମହାରଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ଗ୍ରାମ, ସହୀଦ ମହେଶ୍ବର ବେହେରା ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକ ବ୍ରହ୍ମପୁର ଗ୍ରାମ ,ସହୀଦ ରାଜକିଶୋର ସାହୁ କଟକ ଜିଲ୍ଲା ଚୈଦ୍ବାର ସହୀଦ ମାନସ ରଞ୍ଜନ ସାହୁ ଅନୁଗୁଳ ଜିଲ୍ଲା ସୁସୁଡା ଗ୍ରାମ ,ସହୀଦ ଏସ ଶ୍ରୀନିବାସ ପାତ୍ର ବ୍ରହ୍ମପୁର ସହର ଉପକଣ୍ଠ ଜଗଦଲପୁର ରୁ ସହୀଦ ପରିବାରଙ୍କୁ ଆମନ୍ତ୍ରିତ କରାଯାଇ ଟ୍ରଫି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା। ପରେ ପରେ ଛୋଟ ଛୋଟ ପିଲାମାନେ ବିଭିନ୍ନ ଦେଶାତ୍ମବୋଧକ ଗୀତରେ ଅଭିନୟ ଓ ନୃତ୍ୟ ପରିବେଷଣ କରିଥିଲେ।ଏହି ବୈଠକରେ ସରୋଜ ଦାସ,ପ୍ରଶାନ୍ତ ବେହେରା,ଟୁକୁ ସାମଲ, ଲୁଲୁ ଦାସ, ଜ୍ଞାନ ରଞ୍ଜନ ମହାପାତ୍ର, ଅକ୍ଷୟ କୁମାର ନାୟକ, ହେମନ୍ତ ନାୟକ,ପ୍ରୋମୋଦ ଜେନା ,ତାପସ ରାଉତ,ପ୍ରତାପ ନାୟକ,ଅନୁପମ ଜେନାଙ୍କ ସମେତ ବହୁ ଅବସରପ୍ରାପ୍ତ ସୈନିକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଅଭୟ ବାରିକଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More