ବିଜୟାଦଶମୀରେ ରତ୍ନସିଂହାସନରେ ବିରାଜିତ ତିନିଠାକୁର

16

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ବିଜୟାଦଶମୀରେ ଦିନ ଠାକୁରମାନଙ୍କ ଅବକାଶ ନୀତି ଶେଷ ହେବାପରେ ଣ୍ଡାର ଦ୍ଵାରଠାରୁ ଭଣାରମେକାପ ତିନୋଟି ରୂପାବଟାରେ ଚନ୍ଦନ ଆଣିବା ପରେ ତିନିବାଡରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା) ଚନ୍ଦନ ଲାଗି ହୋଇ ସର୍ବାଙ୍ଗ ହୋଇଥାଏ । ଏହି ନୀତି ସଂପାଦନ ପରେ ଠାକୁରମାନଙ୍କୁ ମୋଟ୍ ୩୨ ମୂଭି ଅଳଙ୍କାର ଲାଗି କରାଯାଇ ରାଜବେଶ କରାଯାଏ । ଏହି ବେଶ ସମୟରେ ଠାକୁରମାନଙ୍କୁ ପାଞ୍ଚଖଣ୍ଡ ପୁଷ୍ପ ମାଳ ଲାଗି କରାଯାଏ । ପୂର୍ବରୁ ଅର୍ଥାତ ସପ୍ତମୀ ଦିନ ଭଣ୍ଡାରଘର ଠାରେ ଶ୍ରୀବଳଭଦ୍ର ଦେବଙ୍କର ହଳ ଓ ମୂଷଳ, ସୁଭଦ୍ରା ଦେବୀଙ୍କର ଦୁଇଗୋଟି ତଡଗୀ (ସ୍ଵର୍ଣ ଅଳଙ୍କାର) ଶ୍ରୀଜଗନ୍ନାଥଙ୍କର ଶଙ୍ଖ, ଚକ୍ର ଆୟୁଧ ରୂପେ ପୂଜାରେ ବସିଥାଏ । ଦଶହରା ଦିନ ସକାଳଧୂପ ସରିବା ପରେ ପୂଜାରେ ବସିଥିବା ଆୟୁଧମାନଙ୍କୁ ପୂଜାପଣ୍ଡା ମହାସ୍ନାନ କରାଇ ବରୁଣ ପୂଜା ସାରନ୍ତି । ଏହି ଆୟୁଧ ଘଣ୍ଟ, ଛତି, କାହାଳୀ ସହ ବଡ ଦେଉଳକୁ ତିନିଥର ବେଢ଼ା ପ୍ରଦକ୍ଷିଣ କରି ଭିତର ସିଂହାସନ ଉପରକୁ ବିଜେ ହୋଇବା ପରେ ୩ଜଣ ପାଳିଆ ପୁଷ୍ପାଳକ ତିନି ବାଡରେ ଆୟୁଧ ଲାଗି କରାଇଥାନ୍ତି । ଶ୍ରୀବିଗ୍ରହମାନଙ୍କ ଏହି ରାଜବେଶରେ ତିନି ଠାକୁରଙ୍କୁ ନୂତନ ପାଟବସ୍ତ୍ରରେ ସଜିତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More