ବିଜ୍ଞାନ ଯୁଗରେ ଏବେବି ବଞ୍ଚିରହିଛି ପୂରୁଣା ପରମ୍ପରା

23

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଧୁନିକ ଯୁଗରେ ବିଜ୍ଞାନର ଚାହିଦା ବଢୁଥିବା ବେଳେ ଲୋକମାନେ ଆଧୁନିକ ଜିନିଷ ପତ୍ର ଉପରେ ନିର୍ଭର କରୁଛନ୍ତି। ସମୟ ପରିବର୍ତ୍ତନ ସହ ଆଜିର ସମାଜ ଧୀରେ ଧୀରେ ପାଶ୍ଚାତ୍ୟ ସଭ୍ୟତା ମୁଁହା ହେଉଛି। ଆଉ ଏହାରି ଭିତରେ ବିଜ୍ଞାନର ପ୍ରବେଶରେ ପୁରୁଣା କଳାକୃତି ଓ ପରମ୍ପରା କୁ ପାଶୋରିବା ଆରମ୍ଭ କଲେଣି ମାନବଜାତି ? କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ପୁରୁଣା କଳା ସଂସ୍କୃତି ଓ ପରମ୍ପରା କୁ ଜାବୁଡି ଧରିଛନ୍ତି l ଆଜ୍ଞା ହଁ ଆଧୁନିକ ଯୁଗରେ ସେହି ପୁରୁଣା ଯୁଗର ପୁରୁଣା ଢ଼ିଙ୍କିକୁ ବଳଭଦ୍ର ପୁର ପଞ୍ଚାୟତର ବାଲିପାଟଣା ଗାଁର ମାଆମାନେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ଢ଼ିଙ୍କି ସହିତ ଜାଳେଣି ଚୁଲି। ବୈଜ୍ଞାନିକ ଯୁଗରେ ଧାନ ପେସିବା, ଚାଉଳ ପେସିବା ଓ ଗ୍ୟାସରେ ରୋଷେଇ କରୁଛନ୍ତି କିନ୍ତୁ ମେସିନ୍ ପେସା ଚାଉଳ ଠାରୁ ଢ଼ିଙ୍କି ପେସା ଚାଉଳ ଗ୍ୟାସ୍ ଚୁଲାର ରୋଷେଇ ଠାରୁ ଚୁଲି ରୋଷେଇ ମଧ୍ୟରେ ସ୍ବାଦ ଓ ଭିଟାମିନ ମିଳିଥାଏ ଢ଼ିଙ୍କି ଚାଉଳ ଓ ଚୁଲି ରୋଷେଇରେ। କଥାରେ ଅଛି “old is gold” ଆଜିକା ସମୟରେ ଲୋକମାନେ ପରିଶ୍ରମ ନକରିବା ଦ୍ବାରା ବିଭିନ୍ନ ରୋଗ ବେମାରରେ ଆକ୍ରାନ୍ତ ହେଉଛନ୍ତି। ମେଡିକାଲ ରେ ବେଡ୍ ମଧ୍ୟ ମିଳୁନି। ପୂର୍ବରୁ ଏତେ ମେଡିକାଲ ନଥିଲା ଲୋକମାନଙ୍କୁ ଏତେ ରୋଗ ବେମାର ହେଉନଥିଲା। ଆପଣମାନେ ଦେଖୁଥିବେ ବେମାର ହେଲେ ଲୋକମାନେ କିପରେ Morning work କରୁଛନ୍ତି। ଆମ ପରମ୍ପରାରେ ପୁଅ ଓ ଝିଅ ଙ୍କ ବିଭାହ ସମୟରେ ସାତ ଜଣ ମହିଳା ଢ଼ିଙ୍କିକୁ ପ୍ରଥମେ ମଙ୍ଗୁଳାଉଥିଲେ ଓ ଆଷାଢ଼ ମାସରେ ବର୍ଷା ନହେଲେ ବର୍ଷା ହେବାପାଇଁ ଢିଙ୍କିକୁ ପୂଜା ପାଠକରି ପାଖ ଗଢିଆ, ପୋଖରୀରେ ବୁଡାଇ ଥିଲେ। ଏଇ ମଡନ ଯୁଗର ଲୋକମାନେ ହଜାଇ ଦେଲେଣି ପୂରାତନ ନିତି ଓ ପରମ୍ପରା କୁ। ଆସନ୍ତୁ ଶୁଣିବା ଢ଼ିଙ୍କିକୁ ନେଇ କଣ କହୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ପଞ୍ଚାୟତର ଏହି ମହିଳାମାନେ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More