କେନ୍ଦ୍ରାପଡ଼ା ( ସନହର୍ଷ ମିଡିଆ ) : ଦେଶର ଚତୁର୍ଥ ସ୍ତମ୍ଭକୁ ସୁରକ୍ଷା ଦେବା ସମସ୍ତଙ୍କ ଦାୟିତ୍ଵ । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ତରଫରୁ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଙ୍କ ସମର୍ଥନରେ ତିନିମୁହାଣି ନିକଟରେ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡ଼ା ବିଧାୟକ ପ୍ରାଥୀ ସୁନାକାର ବେହେରା ଓ କାର୍ଯ୍ୟକର୍ତ୍ତା ଆହ୍ୱାନ କରିଥିଲେ। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ କୁଠାରାଘାତ। ରିପବ୍ଲିକ ଭାରତର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ମହାରାଷ୍ଟ୍ର ସରକାର ଓ ପୋଲିସର ଆକ୍ରୋଶମୂଳକ ଗିରଫ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କିଶୋର ପଣ୍ଡାଙ୍କ ନେତୃତ୍ଵରେ ପ୍ରତିବାଦ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ବିଧାନସଭା ର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ସୁନାକର ବେହେରା ,ଯୁବନେତା ଅଭିମନ୍ୟୁ ଗୋଛାୟତ, ନଗର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ଦାସ୍, ମୁକ୍ତିକାନ୍ତ ସ୍ବାଇଁ, ସୁଦାମା ମଲ୍ଲିକ ଉପସ୍ଥିତ ଥିଲେ।ଏହି ବିରୋଧ ସାରା ଦେଶରେ ହେବା ଦରକାର। ନହେଲେ ଦେଶରେ ଅରାଜକତା ବଢ଼ିଯିବ।
ଅରଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ତରଫରୁ ଗୁରୁବାର ଦିନ ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯାଇଛି। ଶତାଧିକ ପୁରୁଷ ଓ ମହିଳା ବିଜେପି କର୍ମୀ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ତିନିମୁହାଣି ଛକ ଠାରେ ଏକତ୍ରିତ ହେବା ପରେ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ରାପଡା ଏସପି ଙ୍କ ଅଫିସ୍ କୁ ଯାଇଥିଲେ। ସେଠାରେ ବିଜେପି କର୍ମୀ ଓ ନେତାମାନେ ବିଭିନ୍ନ ଶ୍ଳୋଗାନ ଦେଇ ମହାରାଷ୍ଟ୍ରରେ ସରକାରର ସାମ୍ବାଦିକ ଦମନ ନୀତିକୁ ନିନ୍ଦା କରିବା ସହ ଅରଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ନିନ୍ଦା କରିଥିଲେ। ଶେଷରେ କେନ୍ଦ୍ରାପଡା ଏସପି ନିତିଶେଖରଙ୍କୁ ବିଜେପି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ାରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପତ୍ରଙ୍କ ରିପୋର୍ଟ !!
Get real time updates directly on you device, subscribe now.