ବିଜେପିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

9

Get real time updates directly on you device, subscribe now.

  • ବଦମ୍ବା(ସଂଘର୍ଷ ମିଡିଆ ) : ବଡମ୍ବା ରତାପାଟ ଠାରେ ଭାରତୀୟ ଜନତା ପାର୍ଟି ବଡମ୍ବା ନରସିଂହପୁର ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବଡମ୍ବା ର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିଜୟ କୁମାର ଦଳ ବେହେରା ଙ୍କ ଉପସ୍ଥିତ ରେ ୨ଶହ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ରତାପାଟ କଲ୍ୟାଣ ମଣ୍ଡପ ନିକଟରେ ଯୋଗ ଦେଇଥିଲେ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୌଶଳ କ୍ରମେ ଶାସକ ଦଳର ହାତ ବାରିସୀ ସାଜି ପୋଲିସ ପ୍ରଶାସନ ବିଜେପି ନେତା ଵିଜୟ ଦଳ ବେହେରା ଙ୍କୁ ଜେଲ ପଠାଇ ଥିଲେ ମଧ୍ୟ ବଡମ୍ବା ଏବଂ ନରସିଂହପୁର ବ୍ଳକ୍ ରେ ବିଜେପି ଦଳର ପଦର୍ଶନ ଓ ଭୋଟ ର ବ୍ୟବଧାନ ରେ ଖୁବ ଆଗ ରେ ଥିବାରୁ ସହଯୋଗ କରିଥିବା ସମସ୍ତ କର୍ମୀ ଙ୍କୁ ଧନ୍ୟବାଦ ଦେଇଥିଲେ। ଭାରତୀୟ ଜନତା ପାର୍ଟିରୁ ଲଢ଼ୁଥିବା ସମସ୍ତ ସମିତିସଭ୍ୟ ଓ ସରପଞ୍ଚ ପାର୍ଥୀ ମାନଙ୍କୁ ଫୁଲ ମାଳ ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରୁ ଅନେକ କର୍ମୀ ଏଥିରେ ଯୋଗଦେଇଥିଲେ। ବଡମ୍ବା ର ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ବିଭୁଦତ୍ତ ପଟ୍ଟନାୟକ, ମନୋଜ ପଣ୍ଡା, ସନ୍ତୋଷ ସାହୁ, ସନ୍ତୋଷ ବେହେରା, ସରୋଜ ବେଉରା, ଲକ୍ଷ୍ମୀଧର ପ୍ରଧାନ,ଚିନ୍ତାମଣି ସାମଲ ଓ ଆଲୋକ ବଳିୟାର ସିଂହ ପ୍ରମୁଖ ଯୋଗଦାନ କରିଥିଲେ।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More