ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଚାଲିଗଲା ସ୍କୁଟି ଚାଳକର ଜୀବନ

10

Get real time updates directly on you device, subscribe now.

ବଲାଙ୍ଗିର(ସଂଘର୍ଷ ମିଡିଆ) : – ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ପାଟଣାଗଡ଼ ଥାନା ତମିଆ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକହେଲେ ଇନାପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ସୂଚନା ମିଳିଛି । ଦୁର୍ଘଟଣା ବେଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗାଡ଼ି ଭିତରେ ବସିଥିବା ଅଭିଯୋଗ ହୋଇଛି କିନ୍ତୁ ସେ ଏହାକୁ ଖଣ୍ଡନ କରିଛନ୍ତି । ସାଂସଦ ବିଶି କହିଛନ୍ତି, ଧକ୍କା ଦେବା ସମୟରେ ସେ ଗାଡ଼ିରେ ନଥିଲେ । ମୋତେ ଛାଡ଼ି ଡ୍ରାଇଭର ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି ।ସ୍କୁଟି ଚାଳକ ଜଣଙ୍କ ଭୁଲ୍ ରାସ୍ତାରେ ଆସି ଗାଡ଼ିକୁ ଧକ୍କା ଦେଇଥିବା ସେ କହିଛନ୍ତି । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More