ବିଜେଡି ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚାରେ ଶାହଙ୍କ ପ୍ରତିକ୍ରିୟା

76

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଏବେ ଚର୍ଚ୍ଚାରେ ଅମିତ୍ ଶାହ ଙ୍କ ବୟାନ । କୁହାଯାଉଛି କି ବିଜେଡି ବିଜେପି ମେଣ୍ଟରେ ଏଥର ଫୁଲଷ୍ଟପ୍ ପଡ଼ିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ମେଣ୍ଟକୁ ନେଇ କୁଛ୍ ଭି ହୋ ସକତା ହେ ମନ୍ତବ୍ୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁଯାୟୀ , ଖୁବ୍ ଶୀଘ୍ର ବିଜେଡି ବିଜେପି ମେଣ୍ଟ ଦ୍ୱନ୍ଦ୍ୱକୁ ନେଇ ଏଥର ସସ୍‌ପେନ୍ସ ହଟିପାରେ । ବର୍ତ୍ତମାନ ମେଣ୍ଟ କସରତ ଚୂଡାନ୍ତ ପର୍ଯ୍ୟାୟରେ ଚାଲିଛି । ଏହି ମେଣ୍ଟ ଚର୍ଚ୍ଚାକୁ ଗତକାଲି ଦିଲ୍ଲୀର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ଆଉ ଏକ ବଡ ଦିଗ କୁ ଟାଣି ନେଇଛି । ଯେତେବେଳେ ଅମିତ୍ ଶାହକୁ ମେଣ୍ଟ ଦ୍ୱନ୍ଦ୍ୱ ସମ୍ପର୍କରେ କିଛି ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ ଏହାର ଉତ୍ତର ରଖି କହିଥିଲେ ଯେ , କୁଛ୍ ଭି ହୋ ସକତା ହେ । ଯାହାର ଅର୍ଥ ହେଲା କିଛି ବି ହୋଇପାରେ । ସେ ଆଉ ମଧ୍ୟ କହିଥିଲେ ଯେ ଆମେ ଏକାକୀ ଯିବୁ କି ସାଥିରେ ଲଢିବୁ ତାହା ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । ଚୂଡ଼ାନ୍ତ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନେବେ । ଅନ୍ୟପଟେ ସେ କହିଛନ୍ତି ଯେ, ଏବେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ଶକ୍ତି ହେବାକୁ ଯାଉଛି । ଦିନକୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓଡିଶାରେ ବଢ଼ିବାରେ ଲାଗିଛି । ଏଥର ବିଜେପି ବିଧାନସଭା ଓ ଲୋକସଭାରେ ଆକଳନ ଠାରୁ ଅଧିକ ସିଟ୍ ଜିତିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଦିଲ୍ଲୀରେ ଚାଲିଛି ମେଣ୍ଟ ଅଙ୍କ କସା । ୩ ଦିନ ହେଲା ରାଜ୍ୟ ବିଜେପି ଟିମ୍ ମେଣ୍ଟକୁ ନେଇ ମାନସମନ୍ଥନ ଚାଲେଇଛି । ଓଡିଶା ରେ ମେଣ୍ଟକୁ ନେଇ ଦୁଇ ଦିନ ଧରି ଲଗାତାର କୋର କମିଟି ବୈଠକରେ ଶେଷ ନିଷ୍ପତି ଆସିବ ।   ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭା ଓ ଲୋକସଭା ସିଟ୍ ଉପରେ ଆଲୋଚନା ହୋଇଥିଲା । କୁହାଯାଉଛି ଯେ କୁଆଡେ  ଅଧିକାଂଶ ବିଧାନସଭା ସିଟ୍ ଲାଗି ନାଁ ଚୂଡ଼ାନ୍ତ ହୋଇସାରିଛି । ସେହିପରି କିଛି ଲୋକସଭା ସିଟ୍ ଲାଗି ବି ତାଲିକା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି ।  ମେଣ୍ଟ ଚର୍ଚ୍ଚା ଭିତରେ ଦୁଇ ଦଳ ଏକାକୀ ନିର୍ବାଚନ ଲଢ଼ିବା ବୋଲି ନିଜର କସରତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ , ବିଜେପି-ବିଜେଡି ଲୋକସଭାରେ ୧୩- ୮ ସିଟ୍ ଆଉ ବିଧାନସଭାରେ ୪୯-୯୮ ସିଟ୍ ନେଇ ଚର୍ଚ୍ଚା ଲାଗି ରହିଛି ।ଏପଟେ ବିଜେଡି ବିଧାନସଭାରେ ୧୦୦ ତଳକୁ ଖସିବାକୁ ଚାହୁଁନାହିଁ । ଆଉ ବିଜେପି ବି ଅଧିକ ସିଟ ଡିମାଣ୍ଡ କରୁଛି । ଅପରପକ୍ଷରେ ନିର୍ବାଚନ ପାଇଁ ବିଜେଡି ବି ଚଳାଇଛି ଜୋରଦାର ପ୍ରସ୍ତୁତି । ଗୋଟିଏ ଦିନରେ ଦୁଇ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳ ଅନୁଯାୟୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛି । ଖାଲି ଦେଖିବାକୁ ବାକି ରହିଲା ଯେ ସତରେ କଣ ମେଣ୍ଟକୁ ନେଇ ଦେଇଥିବା ଶାହ ଙ୍କ ପ୍ରତିକ୍ରିୟା ସତ ନା ୟା ପଛରେ ଲୁଚି ରହିଛି ଆଉ କିଛି ରହସ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More