ବାଲେଶ୍ଵର(ସଂଘର୍ଷ ମିଡିଆ) : – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ଗୋବିନ୍ଦପୁର ଗ୍ରାମପଞ୍ଚାୟତର ନରମା ଗ୍ରାମରେ ବିଜେଡି ପକ୍ଷରୁ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ମତ ରଖିଥିଲେ । ଜନ ସଂମ୍ପର୍କ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।ବିକାଶ ଦିଗରେ କୌଣସି ରାଜନୀତି ନକରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯକ୍ତ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଯୋଜନା ଏହି ଜନ ସଂପର୍କ ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିବାଳl ବେହେରା ପ୍ରକାଶ କରିଥିଲେ,ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ରଶ୍ମିତା ମହାପାତ୍ର, ଗୋବିନ୍ଦ ପୁର ପଞ୍ଚାୟତର ସରପଞ୍ଚ ରଶ୍ମିବାଳl ବେହେରା,ସମିତି ସଭ୍ୟl ପାର୍ବତୀ ମହାକୁଡ, ରବୀନ୍ଦ୍ର ବେହେରା, ଅନନ୍ତ ପ୍ରସାଦ ବାରିକି, ବିଦ୍ୟାଧର ବେହେରା ଓଶତାଧିକ ବିଜେଡି କର୍ମି ଉପସ୍ଥିତ ଥିଲେ । ବାଲେଶ୍ଵର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।