ବିଜେଡି ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ଗତକାଲି ହଠାତ ବିଜେପି ନେତା ପ୍ରକାଶ ବେହେରା ତାଙ୍କ ସମର୍ଥକ ମାନଙ୍କ ସହ ବ୍ଲକରେ ପସି ବିଭିନ୍ନ କାର୍ଯ୍ୟାଳୟରେ ତାଲା ପକାଇଦେବା ପ୍ରତିବାଦରେ ଉକ୍ତ ଘଟଣାକୁ ଅଗଣତାନ୍ତ୍ରିକ ଦର୍ଶାଇ ଆଜି ସାଲେପୁର ବିଜେଡି ଦଳ ପକ୍ଷରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ଘଟଣାର ଦୃଢ ପ୍ରତିବାଦ କରାଜିବା ସହ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳ ସେମାନଙ୍କୁ ଜୋରଜବରଦସ୍ତ କାର୍ଯ୍ୟାଳୟରୁ ପଦାକୁ ବାହାର କରାଯାଇ ଦପତରେ ତାଲାପକାଜାଇଥିବା ଧାରଣା କାରୀ ମାନେ ଅଭିଯୋଗ କରିଛନ୍ତି। ଏହି ଭଳି ବେଆଇନ କାର୍ଯ୍ୟ କରିଥିବା ବିଜେପି ନେତା ଓ ସମର୍ଥକ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଧାରଣା କାରିମାନେ ଦାବିକରିବା ସହ
ଥାନାରେ ଅଭିଯୋଗ କରିଛନ୍ତି।ଏହି ଆନ୍ଦୋଳନରେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇଙ୍କ ତେତୃତ୍ବରେ ବ୍ଲକ ସଭାପତି ଅନ୍ତତ ଚରଣ ପ୍ରଧାନ, ରମେଶ ଜେନା,ଦିଲ୍ଲୀପ ଦାଶ,ଯୁବନେତା ବିରଞ୍ଚି ନାରାୟଣ କର ଓ ଜିଲ୍ଲାପରିଷଦ ସଭ୍ୟା ରନଞିତା ସେଠୀଙ୍କ ସମେତ ବହୁ ଲୋକପ୍ରତିନିଧି ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More