ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି ;ବିଚ ରାସ୍ତାରେ ପିସ୍ତଲ ଦେଖାଇ ଧମକ ଓ ହତ୍ୟା ଉଦ୍ୟମ, ସାଥିରେ ଜଣେ ୱେବ ସାମ୍ବାଦିକ ସାମିଲ

12

Get real time updates directly on you device, subscribe now.

ନରସିଂହପୁର,(ସଂଘର୍ଷ ମିଡିଆ) : କାନପୁର ଥାନା ଅଧିନ ଋଷିପଡା ଛକ ନିକଟରେ ରବିବାର ଦିନ ଘଟିଛିଏକ ହୃଦୟ ବିଦାରକ ଘଟଣା। କାନପୁର ଥାନା ଅଧିନ ବାସେଳିହତା ଗ୍ରାମର ଅର୍ଜ୍ଜୁନ ପ୍ରତିହାରୀ ଙ୍କର ପୁଅ ଯୁବକ ପ୍ରଶାନ୍ତ କୁମାର ପ୍ରତିହାରୀ ନିଜ ଅସୁସ୍ଥ ମାଆ ଙ୍କୁ ଚିକିତ୍ସା କରିବା ନିମନ୍ତେ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଉଥିବା ସମୟରେ ଶାସକ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ କଳିଙ୍ଗ କେଶରୀ ମହାଳିକ(ଶିବ) ପିତା ବିଦ୍ୟାଧର ବିଶ୍ଵାଳ ଋଷିପଡ଼ା ଛକ ରେ ଯୁବକ ଙ୍କୁ ଅଟକାଇ ଥିଲେ। ପୂର୍ବ ରୁ ଥିବା ରାଜନୈତିକ ହିଂସା ରଖି ଯୁବକ ଙ୍କ ଉପରେ ସରପଞ୍ଚ ଶ୍ରୀ ଶିବ ମହାଳିକ ଏକ ବାଉଁଶ ଦଣ୍ଡା ଦ୍ଵାରା ଆକ୍ରମଣ କରି ତାଙ୍କୁ ଭୟଙ୍କର ଭାବେ ମାଡ଼ ମାରି ମୁଣ୍ଡ, ଗୋଡ଼ ଓ ହାତ ଆଦି ଖଣ୍ଡିଆ ଖବରା କରିଥିଲେ । ଯାହାଙ୍କୁ ସୁରକ୍ଷା ଦେବା କଥା, ତାଙ୍କୁ ଘାଇଲା କଲେ ଦବଙ୍ଗ ବିଜେଡି ସରପଞ୍ଚ । ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଲେ। ସରପଞ୍ଚଙ୍କ ଆକ୍ରମଣରେ ଯୁବକଜଣକ ରକ୍ତାକ୍ତ ହୋଇଥିବା ବେଳେ ଏପରି କାଣ୍ଡ ଭିଆଇଥିବା ସରପଞ୍ଚ କିନ୍ତୁ ଖୁଲମଖୁଲା ବୁଲୁଛନ୍ତି। ବିଧାୟକ ଦେବୀ ମିଶ୍ରଙ୍କ ଖାସ ଲୋକ ବୋଲି ପୁଲିସ୍‌ ବି ତାଙ୍କ ଦେହରେ ହାତ ମାରିବାକୁ ସାହସ କରୁ ନ ଥିବା ଆଲୋଚନା ହେଉଛି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ବାସେଳିହତାରେ ଘଟିଛି। କେବଳ ସେତିକି ନୁହେଁ ଯୁବକ ଙ୍କର ମୁଣ୍ଡ ରେ ସରପଞ୍ଚ ପିସ୍ତଲ ଲଗାଇଥିବା ବେଳେ ଶିବ ଙ୍କର ସହଯୋଗୀ ରତାପାଟ ଗାଁର ୱେବ ସାମ୍ବାଦିକ ସୁବାସ ପଣ୍ଡା ମଧ୍ୟ ଏକ ମାଉଜର ଦେଖାଇ ସେହି ସ୍ଥାନ ରେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏପରିକି ଯୁବକ ଙ୍କର ରୋଗିଣୀ ମା ଶାନ୍ତିଲତା ପ୍ରତିହାରୀ ପ୍ରତିବାଦ କରିବାରୁ ତାଙ୍କ ଶାଢ଼ୀ କୁ ଟାଣି ଉଲଗ୍ନ କରିବାକୁ ଉଦ୍ୟମ କରିଥିଲେ ଓ ରେପ୍ କରିବାକୁ ଧମକ ଦେଇଥିଲେ। ତାଙ୍କୁ ମାଡ଼ ମାରି ସେଠାରୁ ଜବରଦସ୍ତ ଧକା ମାରୀମାରି ନେଇ ନିକଟସ୍ଥ ଏକ ହୋଟେଲ ରେ ଅଟକ ରଖି ମୁଣ୍ଡରେ ବନ୍ଧୁକ ଲଗାଇ ସରପଞ୍ଚ ଶିବ ମହାଳିକ ଓ ୱେବ ସାମ୍ବାଦିକ ସୁବାସ ପଣ୍ଡା ଏବଂ ତାଙ୍କର କିଛି ସହଯୋଗୀ ଉକ୍ତ ଯୁବକଙ୍କୁ ଅଶ୍ଳୀଳ ଭାଷା ରେ ଗାଳି କରିବା ସହ ସିଧା ମର୍ଡର କରିଦେବି ବୋଲି ତାକୁ ଧମକ ଦେଇଥିଲେ। ସରପଞ୍ଚ ନିଜେ ମଧ୍ୟ ଧମକ ଦେଇ ମୋର ଔକାତ କେତେ ଜାଣିନୁ ରେ ପୁଅ,ମୋର କେହି କିଛି କରି ପାରିବେ ନାହିଁ କେତେ କେତେ କେଏ ଥାନା କୋର୍ଟରେ ଗଡୁଛି। କିଏ ମୋର କଣ କରୁଛି ବୋଲି କହିଥିଲେ । ସରପଞ୍ଚ ଙ୍କର ଖାସ ଅନୁଗାମୀ ରତାପାଟ ଗ୍ରାମର କୁଖ୍ୟାତ ଅପରାଧୀ ତଥା ଏକ ୱେବ ସଂସ୍ଥାର ସାମ୍ବାଦିକ ବୋଲାଉଥିବା ପୋଷାଗୁଣ୍ଡା ସୁବାଷଚନ୍ଦ୍ର ପଣ୍ଡା, ସରପଞ୍ଚଙ୍କର ସହଯୋଗୀ ପାଖ ଗୁଣ୍ଡା ମାନୁ ଧଳ,ଲଲାଟ ମହାଳିକ,ସିପା ମହାଳିକ, ଅଶ୍ୱିନୀ ମହାଳିକ,ସୁନୀଲ ବାରିକ, ଅଜିତ ବାରିକ ମଧ୍ୟ ବିଭିନ୍ନ ମାରଣାସ୍ତ୍ର ଧରି ଯୁବକଙ୍କୁ ପିଟିବା ସହ ହତ୍ୟା କରିବାକୁ ଧମକ ଦେଇଥିଲେ। ପ୍ରକାଶ ଥାଉ କି କାନପୁର ଥାନାର ଜନୈକ ଏସଆଇ ମଧ୍ୟ ଏହି ଭଳି କିଛି ଅସାମାଜିକ ବ୍ୟକ୍ତି ଙ୍କ ସହ ପ୍ରତ୍ୟେକ ସମୟ ରେ ମିଳାମିଶା କରିବା ଓ ସାଙ୍ଗ ହୂ ଭୋଜିଭାତ ଆଦି ରେ ସାମିଲ ହେଉଥିବାରୁ ଅପରାଧୀ ମାନେ ସକ୍ରିୟ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ମର୍ମରେ କାନପୁର ଥାନାରେ ଉଭୟ ଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ଆକ୍ରମଣର ଶିକାର ଯୁବକ ପ୍ରଶାନ୍ତ କାନପୁର ଥାନାରେ ଏକ ଏତଲା ଦେଇଥିବା ବେଳେ କାଉଣ୍ଟର ଏତଲା ସରପଞ୍ଚ ଶିବ ମହାଳିକ ଦେଇଛନ୍ତି । ଉଭୟ ଙ୍କର ମାମଲା ଆଧାର ରେ କାନପୁର ଥାନା ଅଧିକାରୀ 159/22 ଓ 160/22 ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More