ବିଜେଡ଼ି ନେତା ରୋହିତ ଜେନାଙ୍କ ଶ୍ରାଦ୍ଧବାର୍ଷିକୀରେ ବିଧାୟକଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଉନ୍ମୋଚିତ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ସଦର ଅଞ୍ଚଳର ବରିଷ୍ଠ ବିଜେଡ ନେତା ସ୍ବର୍ଗତ ରୋହିତ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଆୟତପୁର ପଞ୍ଚାୟତର ଦଣ୍ଡୁଆସିପଡା ଠାରେ ପାଳନ ହୋଇଯାଇଛି। ରୋହିତ ଜେନା ସ୍ମୃତି କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ସ୍ବର୍ଗତ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ। ସ୍ବର୍ଗତ ଜେନା ଜଣେ ଅତ୍ୟନ୍ତ ନିଷ୍ଠାବାନ ଓ ଜଣେ ସୁସଂଗଠକ ଥିଲେବୋଲି ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଧାୟକ ଶ୍ରୀ ବେହେରା କହିଥିଲେ।ଆଜି ସକାଳୁ ସ୍ମୃତି କମିଟି ପକ୍ଷରୁ ଆୟତପୁର ସ୍ଥିତ ମହାନଦୀ ଘାଟରେ ସଦର ବିଜେଡିର ଅନେକ ନେତା ଓ କର୍ମୀମାନେ ତିଳତର୍ପଣ କରାଯିବା ପରେ ବ୍ରାହ୍ମଣବାଡ଼ ସ୍ଥିତ ପିରଙ୍କ ପ୍ରାଙ୍ଗଣରେ ଚାରା ରୋପଣ କରାଯାଇଥିବାବେଳେ ମଧ୍ୟାହ୍ନରେ ଗତିରାଉତପାଟଣା ସ୍ଥିତ “ବସୁନ୍ଧରା” ମଧ୍ୟରେ ଥିବା ପ୍ରାୟ ଦୁଇଶହ ନିରାଶ୍ରୟ ମାନଙ୍କୁ ମଧ୍ୟାହ୍ନ ଭୋଜନ ବିତରଣ କରାଯାଇଥିଲା। ସେହିପରି ଅପରାହ୍ନରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସ୍ବର୍ଗତ ଜେନାଙ୍କ ଉପରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ସିଂହ , ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର , ଜିଲ୍ଲା ବିଜେଡ଼ି ସମ୍ପାଦକ ସମର ବେହେରା , ସଦର ବ୍ଲକ ଆତ୍ମା ଅଧ୍ୟକ୍ଷ ରଜନୀକାନ୍ତ ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଳି , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା , ସ୍ମୃତି କମିଟି ସମ୍ପାଦକ ତଥା ଆୟତପୁର ସରପଞ୍ଚ ରାକେଶ ବେହେରା , ଫକିରପଡା ପଞ୍ଚାୟତ ସଭାପତି କିଶୋର ସାହୁ , ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା , କାଳନ୍ଦୀ ସ୍ୱାଇଁ , ରଞ୍ଜିତ ପାତ୍ର, ବାବୁଲି ସାହୁ , ଦେବବ୍ରତ ମହାପାତ୍ର , ଅକ୍ଷୟ ମହାନ୍ତି , ନାରୀନେତ୍ରୀ ସୁଚିତ୍ରା ପାତ୍ରଙ୍କ ସମେତ କଟକ ସଦର ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ସ୍ବର୍ଗତ ଜେନାଙ୍କ ପୁତ୍ରବଧୂ ସୋନାଲି ଜେନା ଓ ପୁତ୍ର ରତିକାନ୍ତ ଜେନା ଧନ୍ୟବାଦ୍ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟଯେ ଗତବର୍ଷ ମହାମାରୀ କରୋନ କାଳରେ ଲୋକମାନଙ୍କ ପାଇଁ କର୍ଯ୍ୟକରୁଥିବା ସମୟରେ ନିଜେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ତାଙ୍କର ପରୋଲୋକ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More