କୋରାପୁଟ (ସଂଘର୍ଷ ମିଡିଆ ) : -ନୂଆଦିଲ୍ଲୀ ଅକ୍ସ ସୋସାଇଟି ପକ୍ଷରୁ ହେବାକୁ ଯାଉଥିବା ବିଜୁପନାୟକଙ୍କ 25ତମଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ କୋରାପୁଟ ମ୍ୟୁନିଷପାଲଟି ଅଡିଟୋରୀୟମରେ ହେବାକୁ ଯାଉଥିବା ମହିଳା ସଶକ୍ତି ସମ୍ମାନ ସମାରୋହରେ ଯୋଗ ଦେବାକୁ ଆସି ପହଁଚିଲେ ପୂର୍ବତନ ୟୁନିଅନ ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ। ନୃତ୍ୟାଙ୍ଗନା ଚନ୍ଦନା ଏବଂ ନେହେରୁ ଯୁବ କେନ୍ଦ୍ର ଅଧିକାରୀ ହରିଷ ଵଂଶଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ତାଙ୍କୁ କୋରାପୁଟ ସର୍କଟ ହାଉସରେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଅକ୍ସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବ୍ୟଙ୍ଗ ପିଲାମାନେ ଜାତୀୟ ବନ୍ଦନା ଗାନ କରିବେ। ପରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ଓଡିଶା ତଥା କୋରାପୁଟ ମାଟିର ପ୍ରଥମ ସହିଦ ଯୀଶୁଦାନ ଖୋସଲାଙ୍କୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ। ଏଥି ସହିତ ସହିଦଙ୍କ ପରିବାର ମହିଳା ସଶକ୍ତି କ୍ଷେତ୍ରରେ 2 ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୋରାପୁଟ ମାଟିର ସହିଦଙ୍କୁ ସମ୍ବର୍ଦ୍ଧିତ କରାଯିବ। ପରେ କୋରାପୁଟ କଳାନିକେତନ ର ଓଡିଶୀ ଗୁରୁ ବିର କିଶୋର ନାୟକଙ୍କ ଛାତ୍ରଛତ୍ରୀ ଓଡିଶୀ ଏବଂ ଅନ୍ୟ କଳାକାର ମାନେ ଆଦିବାସି ଲୋକନୃତ୍ୟ ପରିବେଷଣ କରିବେ। ଏଥିରେ କୋରାପୁଟ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, ବିଧାୟକ ରଘୁରାମ ପଡାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଏନଏସି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ , ଜିଲ୍ଲା ନେହେରୁ କେନ୍ଦ୍ର ଯୁବ ଅଫିସର ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଅନ୍ୟ ଅତିଥିମାନଙ୍କ ସହ ପୂର୍ବତନ ୟୁନିଅନ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ମନ୍ତ୍ରୀ ହ୍ୟୁମାନ ରାଇଟ୍ସ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଳଙ୍କ ରିପୋର୍ଟ ।