ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ରକ୍ତ ଦାନ ଶିବିର ଅନୁଷ୍ଠିତ

32

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ବିଜେଡି ପକ୍ଷରୁ ବିଜୁ ବାବୁଙ୍କବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି । ପ୍ରାତଃ ସମୟରେ ସ୍ଥାନୀୟ କଲେକ୍ଟର ଛକ ନିକଟସ୍ଥ ବିଜୁ ବାବୁଙ୍କ ପାର୍କ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରଯାଇଥିଲା । ଏହାପରେ ଦିନ ସାଢେ ୯ ଟା ସମୟରେ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲ୍ଲାପରିଷଦ ସଭ୍ୟା କ୍ରିସ୍ନା ମଞ୍ଜୁରୀ ବିଶୋଈ, ପୌର ଉପ ଅଧକ୍ଷ୍ୟା ସୋମ୍ୟା ମହାପାତ୍ର , ଉପ ସଭାପତି ଆଶିଷ ପଟ୍ଟନାୟକ, ନଗର ବିଜେଡି ସଭାପତି ପ୍ରମୋଦ ରଥ , ସାଧାରଣ ସମ୍ପାଦକ ରବି ପଟ୍ଟନାୟକ, ମହିଳା ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମାଝି, ପୂର୍ବତନ ସହ ପର୍ଜ୍ୟବେକ୍ଷକ ପୂର୍ଣ ଚନ୍ଦ୍ର ମହାପାତ୍ର, ନବରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଶରତ ଭତ୍ରା, ବରିଷ୍ଠ ନେତା ନାରାୟଣ ପାତ୍ର ମଞ୍ଚାସୀନ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବିଜୁ ବାବୁଙ୍କ ଅଭିଳାଷିତ ଓଡିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଲ୍ପ ପତ୍ର ଶପଥ ପାଠ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜୋନ ସଭାପତି ତାପସ ତ୍ରିପାଠୀ ପରିଚାଳନା କରିଥିବାବେଳେ ବରିଷ୍ଠ ନେତା ସରୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାନ ଅଭିଯାନ ଜୀବନବିନ୍ଦୁ କାର୍ଜ୍ୟକ୍ରମରେ ବହୁ ବିଜୁ ପ୍ରେମୀ ମାନେ ସ୍ଵତଃ ପ୍ରବୃତ ଭାବେ ରକ୍ତଦାନ କରିଥିଲେ । ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ଜିଲ୍ଲାପରିଷଦ ସଭ୍ୟା କନକ ମଞ୍ଜୁରୀ ବିଶୋଈ, ୭ ନମ୍ବର କାଉନସିଲର ପି ଉଷା ରାଣୀ, ସମ୍ପାଦକ ରବି ପଟ୍ଟନାୟକ, ପୂର୍ବତନ ପୌର ଅଧ୍ୟକ୍ଷା ବାସନ୍ତୀ ସୌରା,ପୂର୍ବତନ ନବରଙ୍ଗପୁର ବ୍ଲକ ଅଧକ୍ଷ ବେଦ ବ୍ୟାସ ଭତରା, ପୂର୍ବତନ ସରପଞ୍ଚ ଲକି ଭତରା ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ସାହୁ , ଦୟା ବିଷୟୀ, ସିରାଜୁଦ୍ଦିନ ଅହମ୍ମଦ, ଉତ୍ତମ ତ୍ରିପାଠୀ , ଶ୍ୟାମ ପ୍ରସାଦ ଗନ୍ତାୟତ, ସୁବାସ ମହାପାତ୍ର , ପିଣ୍ଟୁ ମିଶ୍ର , ଜଗା ବାଘେ , ସ୍ଵାଧୀନ ପଣ୍ଡା , ନନ୍ଦ ନାୟକ , କୁନା ପାଢୀ ,ସୁମିତ ପୂଜାରୀ , ସୂର୍ଯ୍ୟ କାନ୍ତ ଲେଙ୍କାଙ୍କ ସମେତ ୧୦ ଜଣ କାଉନସିଲର ଏବଂ ଯୁବକ ଓ ଛାତ୍ର ମାନେ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More