ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

19

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : –ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିଲାମା ମନ୍ଦିର ନିକଟରେ ବିଜୁ ଜନତା ଦଳର କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଫିତା କାଟି ଶୁଭ ଉଦଘାଟନ କରିବା ସହ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ।ଏକ ବୈଠକ ଅନୁଷ୍ଠିତ ହୋଇଥିଲା।କିପରି ଲୋକଙ୍କର ସେବା ହୋଇ ପାରିବ,ଦଳ ସୁଦୃଢ ହୋଇ ପାରିବ,କାର୍ଯ୍ୟଧାର ଖସଡ଼ା ପ୍ରସ୍ତୁତ ହୋଇଛି, ପ୍ରଶାସନର ସୁଫଳ କେମିତି ଲୋକଙ୍କ ପାଖରେ ପହଞ୍ଚିବ।ଆଗାମୀ ଦିନରେ କିପରି ଦୁଇଟି ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବ ସେଥିପାଇଁ ତୃଣମୂଳ ସ୍ତରରୁ ଦଳ ସୁଦୃଢ ହୋଇ ପାରିବ । ସରକାରଙ୍କ ଯୋଜନା ଲୋକାଭିମୁଖୀ ହୋଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ,ବିଜେଡି ନଗର ସଭାପତି ସୁଧୀ ରଞ୍ଜନ ମହାପାତ୍ର ରାଜକୁମାରୀ କଲ୍ୟାଣି ଗଜପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ହାଇ ଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ବିଜେଡି ଯୁବ ନେତା ଇଂ ରୂପେସ ପାଣିଗ୍ରାହୀ, ଏସ ଲିଙ୍ଗରାଜ, ପ୍ରଦୀପ ନାୟକ, ଲକ୍ଷ୍ମୀ କାନ୍ତ ପରିଚ୍ଛାଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More