ବିଜୁ ଜନତା ଦଳର ଜ଼ିଲ୍ଲା ସ୍ତରୀୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

20

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସଦରସ୍ଥିତ ଆଦିକବି ସାରଳାଦାସ ସଂସ୍କୃତିଭବନ ପରିସରରେ ଜିଲା ବିଜୁ ଜନତା ଦଳ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଜଗତସିଂହପୁର ବିଧାୟକ ତଥା ସରକାରଙ୍କ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜ଼ିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରଶିକ୍ଷଣ ଶିବିର ରେ ଯୋଗଦେଇ ସମସ୍ତ କର୍ମକର୍ତ୍ତା, ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବକ, ଯୁବଛାତ୍ର, ମହିଳା ସମସ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଆଭିମୁଖ୍ୟ, ଲୋକାଭିମୁଖୀ କାର୍ଯ୍ୟ ସହିତ ବିଭିନ୍ନ ଯୋଜନା ଗୁଡିକ ସାଧାରଣ ଲୋକଙ୍କନିକଟରେ ପହଂଚାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବେ।ସୋସିଆଲ ମେଡିଆରେ ଦଳର ସମସ୍ତ ଆଭିମୁଖ୍ୟ କୁ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତ କର୍ମକର୍ତ୍ତା ଓ ଯୁବଛାତ୍ରମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ସୋସିଆଲମେଡ଼ିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କରାଯିବାପାଇଁ ସମସ୍ତ ଯୁବଛାତ୍ର, ମହିଳା ଓ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।ନିର୍ବାଚିତ ନେତା ମାନେ ନିର୍ବାଚନ ପୂର୍ବରୁ ଭୋଟର ମାନଙ୍କ ପ୍ରତି ଯେଉଁ ଭଳି ବେବହାର ଦେଖାଇ ଭୋଟ ଭିକ୍ଷା କରି ନିର୍ବାଚିତ ହୋଇଛନ୍ତି ନିର୍ବାଚିତ ପରେ ମଧ୍ୟ ଭୋଟର ମାନଙ୍କ ସହିତ ସେହିଭଳି ବେବହାର ଓ ଆଚରଣ ଦେଖାଇବା ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ପୂର୍ବତନ ସାଂସଦ କୁଳମଣି ସାମଲ, ଜ଼ିଲ୍ଲାପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଜଗତସିଂହପୁର ବ୍ଲକ ଅଧକ୍ଷା ତଥା ରାଜ୍ୟ ମହିଳା କାର୍ଯ୍ୟକାରିଣୀ ଉପସଭାନେତ୍ରୀ କନକ ପ୍ରଭା ଲେଙ୍କା, ଜଗତସିଂହପୁର ଜ଼ିଲ୍ଲା ବିଜେଡି ନାରୀ ନେତ୍ରୀ ସବିତା ମହାପାତ୍ର, ପାରାଦ୍ୱୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ, ଏରସମା ଜ଼ିଲ୍ଲାପରିଷଦ ପୀତବାସ ଗୋଛାୟତ, ବିରିଡିର ପ୍ରଦୀପ୍ତ ଭୂୟାଁ, ଉପଦେଷ୍ଟା ରମାକାନ୍ତ ଭୋଇ, ମାଇନରଟି ସେଲର ସଭାପତି ମିର ଅଜମେର ଅଲ୍ଲୀ, ପ୍ରମୋଦ କୁମାର ଜେନା, ଜ଼ିଲ୍ଲା ବିଜେଡି ଛାତ୍ର ସଭାପତି ସମିତି ଲେଙ୍କା, ଯୁବ ସଭାପତି ସୌମ୍ୟଜିତ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ, ସାଂସଦଙ୍କ ପ୍ରତିନିଧି କାଳନ୍ଦୀ ପତିଙ୍କ ସମେତ ସମସ୍ତ କର୍ମକର୍ତ୍ତା, ସରପଞ୍ଚ, ସମିତିସଭ୍ୟ, ଯୁବ ବିଜେଡି, ଛାତ୍ର ବିଜେଡି, ନାରୀନେତ୍ରୀ ମାନେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଜିଲା ବିଜେଡି ଉପସଭାପତି ଦିପ୍ତୀ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଲକ ବିଜେଡ଼ି ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ,ବ୍ଳକ ଯୁବ ଉପସଭାପତି ସମ୍ବିତ କୁମାର ମହାନ୍ତି,ପୂର୍ବତନ ପୌରାଧକ୍ଷ ମଧୁସୂଦନ ସାହୁ,ସୌଭାଗ୍ୟ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More