ନୂଆପଡା ( ସଂଘର୍ଷ ମିଡିଆ ) : ଜମି ରେଜେଷ୍ଠି ସରିଲା ପରେ ମଧ୍ୟ ଉକ୍ତ ଜମିର ମାଲିକ ଛାଡୁ ନାହିଁ ଦେଶି ମଦଭାଟି ଦୋକାନ । ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲlକୋଟ ଗ୍ରାମ ପଂଚାୟତ ସ୍ଥିତ ବିଜୁ ଏକ୍ସପ୍ରେସ ରାସ୍ତାରେ ଦୀର୍ଘ ଦିନ ହେବ ଏକ ଦେଶି ମଦଭାଟି ରହିଅଛି ଓ ପ୍ରତେକ ଦିନ ଲୋକମାନେ ମଦ ପିଇ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଛନ୍ତି l ସରକାର ଘୋଷଣା କରିଛନ୍ତିକି ରାସ୍ତ ରୁ 500 ମିଟର ଦୂରରେ ମଦ ଭାଟି ରହିବା କଥା କିନ୍ତୁ ସେହି ନିୟମକୁ ମଧ୍ୟ ମଦ ଭାଟି ମାଲିକ ମାନୁନାହିଁ l ପ୍ରକାଶ ଥାଉକି ଓଡିଶା ସରକାର ରାଉରକେଲା ଠାରୁ ବୋରିଗୁମା ପର୍ଯ୍ୟନ୍ତ ଚାରୀ ଲାଇନ ବିଶିଷ୍ଟ ରାସ୍ତା ତିଆରି କରୁଛନ୍ତି ଓ ସେହି ରାସ୍ତାରେ ମଦଭାଟି ମାଲିକ ନିଜ ଜମିର ରେଜେଷ୍ଠି କରି 2 ବର୍ଷ ପୂର୍ବେ ଟଙ୍କା ମଧ୍ୟ ପାଇସାରିଲାଣି ଓ 4 ମାସ ପୁର୍ବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦଭାଟିକୁ ଜେସିବି ମେସିନରେ ଭାଙ୍ଗି ଦିଆଯାଇଥିଲl ଓ ତାହାକୁ ଆଉ ଥରେ ମରାମତି କରି ମଦ ବିକ୍ରି କରୁଥିବା ଦେଖିବlକୁ ମିଳୁଛି l ଅତି ଦୁଖର ବିଷୟ ଯେ ସେହି ମଦ ଭାଟିକୁ ଲାଗି ପିଭିମୟୀ ନୋଡାଲ ସ୍କୁଲ ଜମି ରହିଥିବା ବେଳେ ମା ସମଲେଶ୍ବରୀ ହାଇସ୍କୁଲର ଜମି ମଧ୍ୟ ରହିଛି l ଆଉଥରେ ମଦ ଭାଟି ମାଲିକ ସେହି ଅଂଚଳରେ ଜାଗା କିଣି ନୂତନ ଭାବେ ମଦ ଭାଟି ଖୋଳିବାକୁ ଯାଉଛି l ଏହି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ମଦଭାଟି ଅନ୍ୟତ୍ର ଜାଗାକୁ ସ୍ଥାନାନ୍ତର କରିବା ପାଇଁ ଏ ଅଞ୍ଚଳର ବୁଦ୍ଧି ଯିବି ଓ ସର୍ବ ସାଧାରଣ ଲୋକେ ଦାବି ଜଣାଉ ଛନ୍ତି l ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝୀଙ୍କ ରିପୋର୍ଟ ସଙ୍ଗର୍ଷ ମିଡିଆ l