ବିଜୁଳିରେ ଜଳିଗଲା ଟ୍ରାନସଫରମର

34

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗ୍ରାମ ପଞ୍ଚାୟତ ଧରଣୀ ପଡା ଗତ ୩୦ ତାରିଖ ବିଜୁଳି ମାରିବା ଫଳରେ ଟ୍ରାନସଫରମର ପୋଡି ଯାଇଛି । ବିଦ୍ୟୁତ କର୍ମଚାରୀ ଆସି ନୂତନ ଟ୍ରାନସଫରମର ଲାଗିବ ତେଣୁ ଏହି ଟ୍ରାନସଫରମର କାମ ଦେବ ନାହିଁ ବୋଲି କହିବାରୁ ବିଦ୍ୟୁତ ଉପଭୋକ୍ତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏ ନେଇ ବିଦ୍ୟୁତ ଏସ ଡିଓ ଙ୍କୁ ଫୋନ ଯୋଗେ ଆମ ପ୍ରତିନିଧି ପଚାରିବାରୁ ବିଦ୍ୟୁତ ଟ୍ରାନସଫରମର ପୋଡିଥିବା ଅଭିଯୋଗ ପାଇଛି ତେଣୁ ବିଦ୍ୟତ ବିଲ ଗୁଡିକ ବକେୟା ଟଙ୍କା ଅସୁଲି କରି ଟ୍ରାନସଫରମର ଲଗାଇବା ପାଇଁ ଚେଷ୍ଟା କରିବୁ।ବିଶେସ ସୁତ୍ରରୁ ପ୍ରକାଶ ଯେ ଏହି ଧରଣୀ ପଡାର ଜଣେ ବ୍ୟକ୍ତି କିଛି ବିଦ୍ୟୁତ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଦିର୍ଘ ୧୭ ମାସ ହେବ ବଡ ହୋଲଡିଂ ମେଶିନ ଲଗାଇ କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ବର୍ତମାନ କରୋନା ମହାମାରୀ ରିଂଜା ଧରଣୀ ପଡା ଠାରେ ଜଣେ ବ୍ୟକ୍ତିଙ୍କ ପାଖରେ କରୋନା ପୋଜିଟିଭ ବାହାରିବା ପରେ ଲୋକ ମାନେ ଘରୁ ବାହାରୁ ନଥିବା ବେଳେ ଏଇଠି ବିଦ୍ୟୁତ ଟ୍ରାନ୍ସଫରମର ପୋଡିଥିବା ବର୍ତମାନର ପରିସ୍ଥିତିରେ କାହା ପାଖରେ ଟଙ୍କା ଟିଏ ବାହାରିବା ଟି ମୁସକିଲ ହୋଇପଡିଛି।ଏଥି ପ୍ରତି ବିଦ୍ୟୁତ କରମଚାରୀ ତୁରନ୍ତ ନୂତନ ଟ୍ରାନସଫରମର ଲଗାଇବା ପାଇଁ ଦାବି ହେଉଛି। କଳାହାଣ୍ଡି ରୁ କେମେରା ମେନ୍ ରାଜେଶଙ୍କ ସହିତ ଭିଷ୍ମ ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More