ବିଜାତଳା ହରିୟାଲ ଜୁମିଦ କ୍ଲବ ଆନୁକୁଲ୍ୟରେ ସହରାଇ ପର୍ବ ଧୂମଧାମରେ ପାଳିତ

13

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ଆଦିବାସୀ ସାନ୍ତାଳୀ ସମାଜର ଅନେକ ପର୍ବପର୍ବାଣୀମଧ୍ଯରେ ସହରାଇ ପର୍ବ ଅନନ୍ୟ ଅଟେ । କାର୍ତ୍ତିକ ମାସ ପୂର୍ଣ୍ଣିମା ପରେ ପରେ ଏହି ପର୍ବ ପାଳନ କରାଯାଇଥାଏ ।ଏହା କୃଷିଭିତ୍ତିକ ପର୍ବ ।ଚାଷ ଅମଳ ସମୟ ହୋଇଥାଏ ।ଘରେ ଥିବା ଗୋରୁମାନେ ଚାଷ ସମୟରେ ଆକ୍ରାନ୍ତ ପରିଶ୍ରମ କରିବା ଫଳରେ ଚାଷୀ ଫଲ ଫସଲ ଅମଳ କରେ ।ସେହି ଗୋସମ୍ପଦ ପାଇଁ ଚାଷୀ ଘରକୁ ଲକ୍ଷ୍ମୀ ଆସେ ।ଚାଷୀ ମନରେ ହସ ଆସେ । ଯେଉଁ ମାନଙ୍କ ଆକ୍ଳାନ୍ତ ପରିଶ୍ରମ ଯୋଗୁଁ ଚାଷୀ ଖୁସି, ଶାନ୍ତି, ଆର୍ଥିକ ଭରପୁର ରେ ଥାଏ ସେହି ଗୋସଂପଦକୁ କାର୍ତ୍ତିକ ପୂର୍ଣ୍ଣିମାରେ ପୂଜନ ରି ଏହି ପର୍ବ ସେମାନଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରିଥାଏ ।ଏହି ଉଦ୍ଦେଶ୍ୟରେ ଚାଷୀମାନେ ଘରେ ଗୋପୂଜନ,ପିଠାପଣା ,ନାଚ ଗୀତରେ ଦିନଟିକୁ ଖୁସିରେ ସପରିବାର ଓ ,ପଡୋଶୀ ଓ ଵଂଧୁବାନ୍ଧବସଙ୍କ କାଟିଥାଏ ।ବିଜାତଳା ବ୍ଳକର ଆସେକା ପରିସରରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ହରିଆଲ ଜୁମିଦ,କ୍ଳବ୍,ବିଜାତଳା ଆନୁକୁଲ୍ୟରେ ‘ସ଼ହରାଇ ପର୍ବ ବୁଧବାର ଦିନ ‘ଧୂମଧାମରେ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସକାଳେ ସାନ୍ତାଳୀ ଧାର୍ମିକ ରୀତିନୀତି ଅନୁସାରେ ପୂଜାପାଠ ହୋଇଥିଲା । ଏଥିରେ ପ୍ରତିଷ୍ଠାତା ସଦସ୍ୟ ଦିନୁ ହେମ୍ବ୍ରମ,ଲକ୍ଷ୍ମଣ ସୋରେନ,ମାଝୀବାବା,ନାଏକ ବାବା ପ୍ରମୁଖ ଯୋଗ ଦେଇଥିଲେ ଗ୍ରାମାଞ୍ଚଳରେ ରୀତି,ନୀତି ଓ ପରଂପରା ଉପରୃ ଆଲୋକପାତ କରିଥିଲେ ।ପରେ ପରାହ୍ନରେ ବଛା ଆଦିବାସୀ ନୃତ୍ୟ ଟିମ୍ ସେମାନଙ୍କର ପାରଂପାରିକ ବେଶଭୂଷା ପିନ୍ଧି ଧୂମସା,ଢୋଲ,ତାବଲାରେ ନୃତ୍ୟଗୀତ ପରିବେଷଣ କରିଥିଲେ ।ଶହ ଶହ ଆଦିବାସୀମାନେ ସାହରାଇ ପର୍ବକୁ ଉପଭୋଗ କରିଥିଲେ ।ରାତିରେ ଆଦିବାସୀ ମେଲୋଡି ଏବଂ ଡ୍ରାମା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବିଜାତଳା ବ୍ଳକ ଅଧ୍ଯକ୍ଷା ରାନୀ ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ, ପୂର୍ବତନ ଅଧ୍ୟକ୍ଷନିମାଇ ଚରଣ ମୁର୍ମୁ, ଅନୁଷ୍ଠାନର ସଭାପତି ଜୀତେନ ମୁର୍ମୁ ସଂପାଦକ ଶିବା ଟୂଡୁ,ବ୍ରଜମୋହନ ମୁର୍ମୁ,ଶଙ୍କର୍ଷଣ ମୁର୍ମୁ,ଜାକ୍ତୁ ମୁର୍ମୁ,ଶୋଭନ ମୁର୍ମୁ,ସୁନ୍ଦର ମୁର୍ମୁ,ଧାନଟୁଡୁ, ଦମୟନ୍ତୀ ଟୁଡୁ,ଥିବା ଟୁଡୁ ପ୍ରମୁଖ ଯୋଗଦେବା ସହ ପରିଚାଳନାରେ ସହଯୋଗ କରିଥିଲେ। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More