ବିଜାତଳା ଲ୍ୟାମ୍ପସରେ ସମବାୟ ସପ୍ତାହ ପାଳିତ

15

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପସ ପରିସରରେ ୬୯ ତମ ସମବାୟ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି | ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲ୍ୟାମ୍ପସ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ବେଶ୍ରା ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ଉପସଭାପତି ଶ୍ରୀମତୀ ଦୁର୍ଗୀ ନାଏକ, ପୂର୍ବତନ ସଭାପତି ବୁଢ଼ାନ ଟୁଡୁ, ନିର୍ଦ୍ଦେଶକ ଅଶୋକ କୁମାର ଗିରି, ପାରାଉ ମାଝୀ, ଗୋପାଳ ଚନ୍ଦ୍ର ନନ୍ଦ, ମହୀରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଯୁବ ଲେଖକ ଲାଲମୋହନ ମାଝୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଗଣ ମଞ୍ଚାସୀନ ରହି “ସମବାୟ ସପ୍ତାହ” ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ଲ୍ୟାମ୍ପସ କର୍ମଚାରୀ ସଞ୍ଜୟ କୁମାର ବେହେରା,ନିରୋଜ କୁମାର ଗିରି, କ୍ଷୀରୋଦ କୁମାର ଧଳ, ଶଙ୍କର ମୁର୍ମୁ ସହଯୋଗ କରିଥିବାବେଳେ, ଶାଖା ପରିଚାଳକ ଭାଗିରଥି ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ | ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More