ବିଜାତଳା ବ୍ଲକ ପରିସରରେ ବିଏସକେୱଇ ନବୀନ କାର୍ଡ ବଣ୍ଟନ

21

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ରାଜ୍ୟରେ ପୁଣି ଥରେ ବିଏସ୍କେଉୱଇ ନବୀନ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ।ବୁଧବାର ଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ମାସ ପହିଲାରୁ ଏହାର ଉପଯୋଗ କରିପାରିବେ ହିତାଧିକାରୀ।ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉ ଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହାର ସୁବିଧା ପାଇ ପାରିବେ।ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି।୫ଟି ହେଉଛି ଓଡ଼ିଶାର ଉନ୍ନତିର କଳ୍ପନା।୫ଟି ଉପରେ ଲୋକଙ୍କ ଆସ୍ଥା ବଢ଼ିଛି।ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁଅଧିକ ଗୁରୁତ୍ୱ ଦେଇଛନ୍ତି।ଆଜି ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ପରିସରରେ ଏହି ନୂତନ ନବୀନ କାର୍ଡର ବଣ୍ଟନ ସୁଭାରମ୍ଭ ବ୍ଲକ ଅଧକ୍ଷା ରାଣୀ ମୁର୍ମୁ, ବିଡ଼ିଓ ବଂଶୀଧର ଖୋସଲା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଗୋବିନ୍ଦ ସରେନ ଏବଂ ବ୍ଲକ ପ୍ରଗ୍ରାମ ମେନେଜର ଗଣେଶ୍ୱର ବେହେରାଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା।ବ୍ଲକରେ ସର୍ବମୋଟ ୨୨୨ଟି କାର୍ଡ ସ୍ୱୀକୃତି ପାଇଁଥିବା ବେଳେ ୧୭୫ଟି କାର୍ଡ ହସ୍ତଗତ ହୋଇ ଥିଲା।ଉକ୍ତ କାର୍ଡକୁ ଆଜି ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More