ବିଜାତଳା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

17

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ମୟୂରଭଂଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଜାତଳା ବ୍ଲକର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସେମାମଙ୍କର ନାର୍ଯ୍ୟଦାବୀ ନେଇ ଆଜି ବିଜାତଳା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଜାତଳା ବ୍ଲକ୍ ଶିକ୍ଷା ଅଧିକାରୀ ନିକଟକୁ ପହଂଚିଥିଲେ । ସେଠାରେ ପହଂଚି ସେମାନଙ୍କ ଦାବୀପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡାଙ୍କୁ ପ୍ରଦାନ କରିଥିଲେ । ସେମାନେ ୨୦୦୧ ମସିହାରୁ ପ୍ରାଥମିକ ଶିକ୍ଷକ ଶିକ୍ଷା ସହାୟକ ରୂପେ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଠିକା ଶିକ୍ଷକ ନିଯୁକ୍ତିକୁ ହଟାଯାଉ ଓ ସେମାନଙ୍କୁ ସେମାନଙ୍କର ଚାକିରୀ ର ଦରମା ଗ୍ରେଡ୍ ପେ ବଢାଯାଉ ବୋଲି ଜଣାଇଥିଲେ । ସେମାନଙ୍କର ତିନିଦଫା ଦାବୀ ମଧ୍ୟରେ ପ୍ରଥମତଃ ପ୍ରାଥମିକ ଶିକ୍ଷକ ଭାବେ ସେମାନେ ୨୦୦୧ରୁ ଅଛନ୍ତି ଯେପରି ଭାବେ ଶିକ୍ଷା ସହାୟକ ଅବା ଜୁନିୟର ଶିକ୍ଷକ ଅବା ସ୍ବେଚ୍ଚାସେବୀ ଶିକ୍ଷା ସହାୟକ କାର୍ଯ୍ୟ କରୁଛନ୍ତି । ଠିକା ଶିକ୍ଷକ ନିଯୁକ୍ତି ଉଛେଦ କରାଯାଉ ାପୁଣି ସେମାନଙ୍କୁ ଯେଉଁ ସରକାରୀ ସୁବିଧା ସୁଯୋଗ ଦେବା କଥା ତାହା ଦିଆଯାଉ । ଦ୍ବିତୀୟତଃ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରିୟ ଦରମା ₹୩୫,୪୦୦ ଟଙ୍କା ଦିଆଯାଉ ।ଶେଷଟି ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରାଯାଉ ।ଏଥିରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ କାରୁ ବାସ୍କେ,ହୀରାମଣି ହେମ୍ବ୍ରମ୍,ଭବାନୀ ଶଂକର ଗିରି,କିଶୋର ପାତ୍ର,ନନ୍ଦିତା ଦତ୍ତ,କସ୍ତୁରୀ ମହାନ୍ତ,ଟିକିମଣି ମହାନ୍ତ ଓ ବାବୁଲାଲ ବୈଠ ପ୍ରମୁଖ ଅଟନ୍ତି । ରିପୋର୍ଟ ନିରୋଜ କୁମାର ସାହୁ ,ରାଇରଙ୍ଗପୁର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More