ବିଗତ ୧୫ ଦିନ ମଧ୍ୟରେ ୧୩ଜଣଙ୍କ ମୃତ୍ୟୁ, ଆଜି ଜଣେ ୮ବର୍ଷ ଶିଶୁର ମୃତ ଦେହ ରାସ୍ତାରେ ରଖି ଆନ୍ଦୋଳନ

13

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମପଞ୍ଚାୟତ, ହଳଦୀକୁଣ୍ଡ ଗ୍ରାମରେ ଗତ 29ତାରିଖ ଠାରୁ ଲୋକଙ୍କୁ ହାତଗୋଡ଼ ଫୁଲିବା ଦ୍ୱାରା 12ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ଆଜି ଜଣେ ଆଠ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଆଜିର ମୃତ ଦେହ ରାସ୍ତାରେ ରଖି ସାଲିମି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସହ ଶତାଧିକ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ସରପଞ୍ଚ ଓ ଗ୍ରାମ ବାସିଙ୍କ ଅଭିଯୋଗ ଏହିକି ମେଡିକାଲ ଦଳ ଆସି ରକ୍ତ ନମୁନା ନେଇ ଥିଲେ, କେଉଁ କାରଣରୁ ଏଭଳି ରୋଗ ହେବା ସହ ମୃତ୍ୟୁ ହେଉଛି ତାହାର ସଠିକ ରିପୋର୍ଟ ଆମେ ଜାଣିପାରିନୁ। କିନ୍ତୁ ବିଭିନ୍ନ ଖବର ଓ ଗଣମାଧ୍ୟମ ଦ୍ୱାରା ମଦ ଦ୍ୱାରା ମୃତ୍ୟୁ ହୋଇଥିବା ଖବରପାଇଲୁ। ଆଦିବାସୀ ମାନେ ସତକଡା ଅସିଏ ଭାଗ ମଦ ପିଅନ୍ତି, ପ୍ରଶାସନ ନିଜ ଭୁଲ ଲୁଚାଇବା ପାଇଁ ମଦ ମୃତ୍ୟୁ କହୁଛନ୍ତି, ଯଦି ମଦ ମୃତ୍ୟୁ ହୋଇଥାନ୍ତା ତାହା ହେଲେ ଆଜିର ଏହି ଆଠ ବର୍ଷର ଶିଶୁ କଣ ମଦ ପିଇ ମୃତ୍ୟୁ କରିଛି କି? ଯେତେବେଳେ ଯାଏଁ ରାଜ୍ୟସ୍ତରୀ କିମ୍ବା କେନ୍ଦ୍ର ସ୍ତରୀୟ ମେଡିକାଲ ଟିମ ଆସି ସଠିକ ନମୁନା ପରୀକ୍ଷା କରିବା ସହ କେଉଁ କାରଣ ରୁ ମୃତ୍ୟୁ ହେଉଛି, ତାହା ଜଣାଯିବ । ତେଣୁ ମାଲକାନଗିରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିଜଣାଉଛୁ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରିଥିଲେ। ଏଥିସହ ଜିଲ୍ଲାର ଉଚ୍ଚ ପଦାଧିକାରୀ ଆସି ଆମ ଦାବୀ ମାନିଲେ ଆମେ ରାସ୍ତରୁ ଶୋବ ବେବଛେଦ ପାଇଁ ନେବୁ ବୋଲି କହିଛନ୍ତି ଆନ୍ଦୋଳନକାରୀ । ମାଥିଲି ମେଡିକାଲ ଅଫିସର ଅମୟ କୁମାର ସ୍ୱାଇଁଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ମଦ ଦ୍ୱାରା ହିଁ ମୃତ୍ୟୁ ହୋଇଛି ବୋଲି କହିଥିଲେ , ଗତ 2020ରେ ମଧ୍ୟ ସଡ଼ି ଗୁଡା ଗ୍ରାମରେ 9 ଜଣଙ୍କ ମୃତ୍ୟୁ ହୋଇଥିଲା ପରେ ସମସ୍ତଙ୍କୁ ମାଥିଲି ମେଡିକାଲରେ ଚିକିତ୍ସା କରିବା ସହ ସେମାନଙ୍କୁ ଭଲ ଖାଇବକୁ ଦିଆଗଲା ସେମାନେ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମଧ୍ୟ ଆଣିବାକୁ କୁହାଯାଉଛି କାଲି 9ଜଣଙ୍କୁ ଅଣାଯାଇଥିଲା, ଆଜି ଆଉ ଚାରିଜଣଙ୍କୁ ଅଣାଯାଇଛି, ଯେଉଁ ମାନେ ମୃତ୍ୟୁ ବରଣ କରିଛନ୍ତି ୟୁରିଆ ମିଶ୍ରଣ ମଦ ଦ୍ୱାରା ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର। ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More