ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ କାର୍ଯ୍ୟ|ଳୟ ବିକାଶ ଭାରତ ସଂକଳ୍ପ ଯାତ୍ରା ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲାପାଳ ମହେଶ୍ଵର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଯାତ୍ରାକୁ ଉଦଘାଟନ କରିଥିଲେ | ଏଥିରେ ଏଲଇଡି ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଦେଖାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି | ଉପସ୍ଥିତ ଅଧିକାରୀ ଓ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ | ଅପରାହ୍ନରେ ବଡଓଲମା ପଞ୍ଚାୟତରେ ମଧ୍ୟ ବିକାଶ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଡାବୁଗାଁ ବ୍ଲକ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଭାଶିଷ ସାହୁ, ଜବାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ବଡଓଲମା ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଜାନୀ,ଶିକ୍ଷକ/ଶିକ୍ଷୟତ୍ରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More