ବିକାଶ ଠାରୁ ବହୁଦୂରରେ ରାଇକିଆ ବ୍ଲକର କ୍ରୁହୂବାଡ଼ା ଗ୍ରାମ

11

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ଏବେବି ଅନେକ ଅଞ୍ଚଳକୁ ଛୁଇଁ ପାରିନାହିଁ । ତାହା ବହୁ ଘଟଣାରୁ ଜଳଜଳ ହୋଇ ଦିଶୁଛି। କେଉଁଠି ରାସ୍ତା ନାହିଁ ତ,ଆଉ କେଉଁଠି ପାନୀୟ ଜଳର ବ୍ୟବସ୍ଥା ନାହିଁ, ଆଉ କେଉଁଠି ନଦୀ ଉପରେ ପୋଲ ନାହିଁ ।ଏଭଳି କି ANM ସ୍ୱାସ୍ଥ୍ୟ କେନ୍ଦ୍ର ମାସକୁ ଥରେ ଖୋଲା ଯାଏ ଏବଂ ଅଙ୍ଗନବାଡ଼ିଳ କେନ୍ଦ୍ର ,କୁଟୀଗିରି ନଦୀ ଉପରେ ଶଙ୍ଖ ଓ କମ୍ୟୁନିଟି ହଲ ଟି ଦଶ ରୁ ଏଗାର ବର୍ଷ ହେବ ସମ୍ପୂର୍ଣ୍ଣ ଳହୋଇନାହିଁ।ଏଭଳି ଦୁର୍ଭିକ୍ଷ ଜୀବନ ଯାପନ କରୁଛନ୍ତି ଆଦିବାସୀ, ହରିଜନ ସମ୍ପ୍ରଦାୟର କ୍ରୁହୂବାଡ଼ା ୱାର୍ଡ ର ଷାଠିଏ ପରିବାର ରୁ ଉର୍ଦ୍ଧ୍ବ ପରିବାର ର ଲୋକେ । ବାରମ୍ବାର ଦାବି ଓ ଅଭିଯୋଗ କଲାପରେ ମଧ୍ୟ କିଛି ସୁଫଳ ମିଳୁନି। ଏଗାର ବର୍ଷ ପରେ ମଧ୍ୟ କ୍ରୁହୁବୁଡ଼ା ୱାର୍ଡ ନମ୍ବର 18 ର ଏହି କୁଟୀଗିରି ନଦୀର ଶଙ୍ଖ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ଦେଖିବାକୁ ମିଳିଛି । କ୍ରୁହୁବାଡ଼ା ୱାର୍ଡ ପୂର୍ବରୁ ଜି ଉଦୟଗିରି ବ୍ଲକ କତିଙ୍ଗିଆ ପଞ୍ଚାୟତ ରେ ଅନ୍ତର୍ଭୁକ୍ତ ଥିଲା।ବର୍ତ୍ତମାନ ୩ ବର୍ଷ ହେଲା ରାଇକିଆ ବ୍ଲକ ମାଣିକେଶ୍ବର ପଞ୍ଚାୟତ ରେ ଅନ୍ତର୍ଭୁକ୍ତ ହୋଇଛି। ଏହି ବନବାସୀ ମାନଙ୍କୁ ଭୋଟ ସମୟରେ ନେତା ଓ ଅଫିସର ମାନେ ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ନେଇ ଜୟଯୁକ୍ତ ହୋଇ ଅଛିନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ କୋୖଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯୋଗ୍ୟ ହିତାଧିକାରୀ ଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିଲେ ହେଁ ଅନେକ କ୍ଷେତ୍ରରେ ତାହା କେବଳ କାଗଜ କଲମ ରେ ସୀମିତ ରହିଯାଇଛି । ଏହି କାରଣ ରୁ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନିୟ ଜଳ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିକ୍ଷା ଭଳି ସରକାରି ଯୋଜନା ରୁ ବଞ୍ଚିତ ରହୁଛନ୍ତି । ୱାର୍ଡ ମେମ୍ବର ନନ୍ଦିନୀ ପ୍ରଧାନ ମଧ୍ୟ ନିଜେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହି ଗାଇ ଗୁହାଳରେ ପରିବାର ସହ ବହୁ ଦୁଃଖରେ କଷ୍ଟରେ ରହୁଛନ୍ତି। ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର କ୍ରୁହୁବୁଡ଼ା,ନୂଆସାହି,ସିପେଜୁ,ଗିଡିଫାବାଲି,ଟଡୁମାହା,ଗୁନାକୀୟା,ଇନ୍ଦ୍ରଗଡ଼,ଏଭଳି ବିଭିନ୍ନ ଗ୍ରାମର ଲୋକେ ଏହି କୁଟୀଗିରି ନଦୀ ଦେଇ ଯିବା ଆସିବା କରୁଥିବା ବେଳେ ଗର୍ଭବତୀ ମହିଳା, ବିଦ୍ୟାଳୟର ଛାତ୍ରଛାତ୍ରୀ, ରାଇକିଆ ବ୍ଲକ ଓ ଜି. ଉଦୟଗିରି ବ୍ଲକ କୁ ସଂଯୋଗ କରୁଥିବା ଏହି କୁଟୀଗିରି ନଦୀ ଉପରେ ପଲୋ ନଥିବା ଯୋଗୁଁ କୋୖଣସି ବ୍ୟକ୍ତିଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ବହୁ ଅସୁବିଧାରେ ଭାର ସାହାଯ୍ୟରେ ବୋଝକରି ନଦୀ ପାର କରିବାକୁ ପଡେ। ରାସ୍ତାର ଅସୁବିଧା ଓ ପୋଲ ନ ଥିବାରୁବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏବଂ ରାଧାକାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ରୋଗରେ ଗୁରୁତର ହୋଇ ପଢ଼ିଥିବା ଯୋଗୁଁ ଏହି ଗ୍ରାମର ଲୋକେ ବାଉଁଶ ସାହାର୍ଯ୍ୟ ରେ ଏକ ଭାରକରି ନଦୀପାର କରି ୭ କିଲୋମିଟର ପର୍ଯ୍ୟନ୍ତ ଗେଦିଙ୍ଗିଆ ANM ସବ ସେଣ୍ଟର କୁ ରୋଗୀଙ୍କୁ ଆଣିବା ପରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟି ବନ୍ଦ ଥିଲା । ଏହାର କାରଣ ହେଲା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି ସରକାରି ନିୟମ ଅନୁଯାୟୀ ୨୪ ଘଣ୍ଟା ଖୋଲା ରହିବ। କିନ୍ତୁ ଏଠାରେ ମାସକୁ ଥରେ ଖୋଲାଯାଏ ।ଏଠାରେ ବିଦୂତ ର ସଂଯଗ ହୋଇ ନାହିଁ କି ପାନିୟ ଜଳର ବ୍ୟବସ୍ଥା ନାହିଁ,ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତର ଅବସ୍ଥା ଭୁତ ବଙ୍ଗଳା ପାଲଟି ଯାଇଛି।ଏହି ANM ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୩୫୦୦ ଲୋକେ ନିର୍ଭର କରୁଥିବା ବେଳେ ପ୍ରଶାସନ ସବୁଜାଣି ଚୁପ କହିଁକି? ସେଥିପାଇଁ ବାଧ୍ୟ ହୋଇ ଅଟୋ ସାହାର୍ଯ୍ୟ ରେ ପୁଣି ୧୫ କିଲୋମିଟର ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲାପରେ ଶେଷରେ ଡାକ୍ତର ମାନେ ନଥିବା ଯୋଗୁଁ ମେଡ଼ିସିନ ଦୋକାନ ରୁ ଔଷଧ କିଣି ଘରକୁ ଫେରିଥିଲେ । ଏହି କ୍ରୁହୁବାଡ଼ା ୱାର୍ଡ ରେ ୬୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଏଠାକୁ କୋୖଣସି ଆସାଦିଦି, ଡାକ୍ତର କିମ୍ବା ANM ଦିଦି ,BDO ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲାପାଳ, ବିଧାୟକ ବା ସାଂସଦଙ୍କର ଛାଇ ଟିଏ ମଧ୍ୟ ପଡ଼ିନାହିଁ । କନ୍ଧମାଳ ଜିଲ୍ଲା ର ରାଇକିଆ ବ୍ଲକ ର ଅନେକ ପଞ୍ଚାୟତ ରେ ସ୍ୱାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ଏକ ମୁଖ୍ୟ ସମସ୍ୟା ପାଲଟି ଥିବା ବେଳେ ବିଭିନ୍ନ ଉପାନ୍ତ ଅଞ୍ଚଳର ଆଦିବାସି ,ହରିଜନ ଲୋକେ ସ୍ୱାସ୍ଥ୍ୟ ଓ ପାନିୟ ଜଳର ସେବାରୁ ବଞ୍ଚିତ ହୋଇ ମୃତ୍ୟୁ ସହ ଲଢେ଼ଇ କରିବା ଏକ ନିତିଦିନିଆ ଘଟଣା । କାରଣ ଏହି ଗ୍ରାମର ଲୋକେ ନଦୀ ପାଣି ଉପରେ ନିର୍ଭର ସେମାନଙ୍କ ପିଇବା,ଗାଧୋଇବା,ରୋଷେଇ କରିବା,ଏଭଳି କି ସମସ୍ତ କାର୍ଯ୍ୟ କରିବା। କାରଣ ସେହି ଗ୍ରାମରେ ପାନୀୟ ଜଳ ର କୋୖଣସି ବ୍ୟବସ୍ଥା ନାହିଁ ସରକାରୀ ଅର୍ଥରେ ସରକାର ୩ଟି ନଳକୂପ ତିଆରି କରିଛନ୍ତି ସତ କିନ୍ତୁଦୀର୍ଘ ବର୍ଷ ହେବ ଖରାପ ଅବସ୍ଥାରେ ରହିଛି। ଏହି ଗ୍ରାମରେ ବିଦୁତ ସଂଯଗ କରାଯାଇଛି ହେଲେ ଥରେ ବିଦୂତ ଗଲେ ସପ୍ତାହ କି ଦଶ ଦିନ ପରେ ଫେରେ।ବିଷାକ୍ତ ଜଳ ବ୍ୟବହାର କରି ଲୋକମାନେ ପ୍ରତେକ ଦୀନ ମ୍ୟାଲେରିଆ,ହଇଜା,ଥଣ୍ଡା,କାଶ, ଜ୍ଵର ଇତ୍ୟାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି।ଦାୟିତ୍ୱରେ ଥିବା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ,5T ର ମୁଖ୍ୟ ସଚିବ ଶ୍ରୀ ଭି .କେ ପାଣ୍ଡିଆନ,କନ୍ଧମାଳ ଜିଲ୍ଲାପାଳ ଶ୍ରୀମତି ଡ଼ି.ବୃନ୍ଦା ଏବଂ CDMO ଶ୍ରୀମତୀ ରାଜେଶ୍ଵରୀ ଦେବୀଙ୍କୁ ଏଥି ପ୍ରତୀ ଦୃଷ୍ଟି ଦେଇ ଯଥା ଶୀଘ୍ର କୁଟୀଗିରି ନଦୀର ଶଙ୍ଖ,ଅଧ ଖାଣ୍ଡିଆ ହୋଇ ରହିଥିବା କମ୍ୟୁନିଟି ହୋଲ ଓ ଅଙ୍ଗନବାଡ଼ି କେନ୍ଦ୍ର, ଶୁଦ୍ଧ ପାନିୟ ଜଳର ବ୍ୟବସ୍ଥା,ବିଦୂତର ବ୍ୟବସ୍ଥା,ଚବିଶି ଘଣ୍ଟା ସ୍ୱାସ୍ଥ୍ୟ ସେବା ଜଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More