ବିକାଶର ସୂର୍ଯ୍ୟ କେବେ ଦେଖିବ ଜୁନାପାଣି ଗାଁ

21

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରହିଛି ଜୁନାପାଣି ଗାଁ । ଜୟପାଟଣା ବ୍ଲକ ଠାରୁ ମାତ୍ର ଦଶ କିଲୋମିଟର,ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଥିବା ନେଇ ବାହାବା ମାରୁଥିବା ବେଳେ,ବର୍ତ୍ତମାନ ଏ ପର୍ଯ୍ୟନ୍ତ ଗାଁ ଲୋକଙ୍କ ପାଇଁ ସମସ୍ତ ଯୋଜନା ସାତ ସପନ ପାଲଟିଛି ।ଏଠି ଗାଁ ଲୋକେ ନିଜ ଭାଗ୍ୟକୁ ଆଦରୀ ରହୁଥିବା ପ୍ରକାଶ କରିଛନ୍ତି।ଗାଁ ଲୋକଙ୍କ ମୁଖ୍ୟ ପେଶା ହେଲା – ପଥର ଫୁଟାଇବା, ପାହାଡ଼ ଖେତରେ ଧାନ,ମାଣ୍ଡିଆ,କୋଲଥ, ଉତ୍ପାଦନ କରି ଜୀବିକା ନିର୍ବାହ କରୁଥିବା ପ୍ରକାଶ କରିଛନ୍ତି । ପାନୀୟ ଜଳର ବ୍ୟବସ୍ଥା ନ ଥବାରୁ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଫଳରେ ଅନେକ ସ୍ୱାସ୍ଥ୍ୟ ଗତ ସମସ୍ୟାରେ ପଡୁଛନ୍ତି ଗ୍ରାମବାସୀ । ବିଦ୍ୟାଳୟ ନ ଥିବାରୁ ୨୫ ରୁ ଅଧିକ ପିଲା ତିନି ରୁ ଚାରି କିଲୋମିଟର ଦୁର୍ଗମ ରାସ୍ତା ଦେଇ ଘେନୁଗୁଡାକୁ ପଢିବାକୁ ଯାଇଥାନ୍ତି । ନିଜ ମନର କଥାକୁ ଆଦିବାସୀ ମହିଳା ମାନେ ଗୀତ ଗାଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏବଂ ଏହି ଦୁର୍ଗମ ଅଞ୍ଚଳ ସମସ୍ୟା ସମାଧାନର ବାଟ ଫିଟାଇବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଖବର ପ୍ରସାରଣ ପରେ ସରକାର ତଥା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More