ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ

44

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବଡଭରଣ୍ଡି ପୂଜାରୀ ଗୁଡା ଫୁଟବଲ ପଡିଆ ଠାରେ ଭାରତ ସରକାରଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା “ଶୁଭାରମ୍ଭ ହୋଇଯାଇଛି lଏହି ବିକାଶ ଭାରତ ସଂକଳ୍ପ ଯାତ୍ରା ୨୫୦୦ରୁ ଉର୍ଦ୍ଧ ଭେନ ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଓ ଏହାର ଲାଭ ବିଷୟରେ ଲୋକଙ୍କୁ ସଚେତନ କରାଇବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ନଭେମ୍ବର ଦିନ ଏହାକୁ ଆରମ୍ଭ କରିଅଛନ୍ତି । ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ ଝାଡଖଣ୍ଡ ଉଲିହାଟୁରୁ ଆରମ୍ଭ କରିଛନ୍ତି ।ଏହି ଯାତ୍ରା ର ଆରମ୍ଭ ଆଦିବାସୀ ଅଞ୍ଚଳରୁ ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ ।ଏହାର ଉଦ୍ଦେଶ୍ଯ ଦେଶର ଶେଷ ଓ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଯୋଜନାକୁ ପହଞ୍ଚାଇବା ।ଯଦ୍ୱାରା ସେମାନଙ୍କୁ ଏହାର ଲାଭ ମିଳିବ ଏବଂ ତାଙ୍କର ବିକାଶ ହେବ। ସାଧାରଣ ବ୍ୟକ୍ତି ଏକତ୍ରିତ ଓ ଜାଗ୍ରତ ହେବେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଲାଗିଥିଲା ଓ ସେଥିରେ ଡେମୋ ଦେଖାଇଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l କିଛି ବ୍ୟକ୍ତିମାନଙ୍କୁ ଉଜ୍ଜଳା ଗ୍ୟାସ ଆବଣ୍ଟନ କରାଯାଇଥିଲା ଓ କିଛି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଥିବାରୁ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ lଏଥିରେ ଉମରକୋଟ ବିଧାୟକ ପ୍ରତିନିଧି ଭାବେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ ଯୋଗଦେଇଥିଲେ lତାଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଏଥିରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ କମଳ ଲୋଚନ ମିଶ୍ର,ଜିଲ୍ଲା ପି ଡି ଅନନ୍ୟା ଦାସ ଓ ଉମରକୋଟ ବି ଡି ଓ ପ୍ରୀତି ରଂଜନ ରଥ ଏବଂ ଅନ୍ୟାନ୍ୟ ବହୁ ବ୍ଲକ ଅଧିକାରୀ ମାନେ ଯୋଗଦାନ କରିବା ସହ ବି ଜେ ପି ର ଗୋପାଳ ପୂଜାରୀ,ବାସନ୍ତୀ ମାଝୀ,କମଳୁ ମାଝୀ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଯୁବନେତା ମିଲୁ ପଣ୍ଡା,ସୀମାଞ୍ଚଳ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More