ବାହୁବଳୀ ବୋହୁ ବିଚ୍ ରାସ୍ତାରେ ମାରିଲା ୭୫ ବର୍ଷୀୟା ଶାଶୁ ବୁଢିକୁ

12

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ (ସଂଘର୍ଷ ମିଡିଆ) :- ଆଇନ୍ ବଳରେ ବହୁମାନେ ବଳିଆନ, ଆପଣମାନେ ଜାଣିଥିବେ ଯେତେବେଳେ ବୋହୁ ନିର୍ଯ୍ୟାତନା ବିଷୟରେ ଥାନାର ଦ୍ବାରସ୍ଥ ହୁଏ ସେତେବେଳେ ସ୍ବାମୀ, ଦିଅର, ଶଶୁର, ଶାଶୁ ଓ ନଣନ୍ଦ ମାନଙ୍କ ଉପରେ ନିର୍ଯ୍ୟାତନା କେସ ହୋଇଥାଏ। ଅନେକ ଶାଶୁ ଓ ନଣନ୍ଦ ମଧ୍ୟ ଜେଲ୍ ଜାଇଥାନ୍ତି । ସେହି ଶାଶୁ ଓ ନଣନ୍ଦ କଣ ନାରୀ ନୁହଁନ୍ତି। ବିଚିତ୍ର ଆମ ଆଇନ୍ ବ୍ୟବସ୍ଥା। ଶାଶୁ ଦ୍ୱାରା ବୋହୁ ନିର୍ଯାତନା କଥା ହୁଏ ତ ଆପଣ ବହୁ ବାର ଶୁଣିଥିବେ। କିନ୍ତୁ ବୁଢ଼ୀ ବିଧବା ଶାଶୁ କିପରି ବୋହୁ ଦ୍ୱାରା ନିର୍ଯାତିତ ହେଉଛି, ବିଚ୍ ରାସ୍ତାରେ ସର୍ବ ସମ୍ମୁଖରେ ତଳେ ପକେଇ ଶାଶୁର ଲୁଗାପଟା ଚିରି ଠୋ ଠୋ ମାରି ଚାଲୁଛି ଦେଖନ୍ତୁ ଏହି ଭିଡିଓରେ। ବିଧବା ଶାଶୁ ନ୍ୟାୟ ପାଇଁ ଫାଣ୍ଡି କୁ ଦୁଇଦିନ ହେଲା ଦୌଡୁଛି ହେଲେ ଫଳ ଶୂନ। ଆମେ କହୁଛୁ ପଟ୍ଟାମୁଣ୍ଡାଇ ବ୍ଲକ ଆଳପୁଆ ପଂଚାୟତ ଦାମୋଦର ପାଟଣା ର ଉର୍ମିଳା ଦାସ ଙ୍କ କଥା । ଭ ଓ -1 ଦେଖନ୍ତୁ ଏ ଦୃଶ୍ୟ କୁ l ଏ କେଉଁ ରାମ ରାବଣ କିମ୍ବା ଭୀମ ଦୁଃଶାସନ କାହାଣୀ ନୁହେଁ l ଏମାନେ ହେଉଛନ୍ତି ଶାଶୁ ବୋହୁ । ଦୀର୍ଘ ନ ବର୍ଷ ହେବ ଶାଶୁକୁ ମୁଠାଏ ଖାଇବାକୁ ଦେବା ଦୂରର କଥା ନଅ ବର୍ଷ ହେବ ଶାଶୁ ଠାରୁ ଅଲଗା ରହୁଛି l ମାତ୍ର ସାମାନ୍ୟ କଥା କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲାପରେ ଗାଁ ରାସ୍ତା ମଝିରେ ଚୁଟି ଧରାଧରି ହୋଇ ଗଡ଼lପଡା ହେଲେ ସାହି ପଡୋଶୀ ମାନେ ଶାଶୁ ବୋହୁଙ୍କ ମାଡଗୋଳ ଦେଖିବା ସହିତ ମୋବାଇଲ୍ ରେ ଫଟ ଭିଡିଓ କରିବା ସହ ବେସ ମଜାନେଲେ। ଏଇତ ଆମ ସଭ୍ୟ ସମାଜର ପରିଚୟ। ଆଉ ନିଜ ସାନ ଦିଅର କହିବାରୁ ଭାଉଜ କହିଲା ତୁ ଯଦି ଏଠାକୁ ଆସିବୁ ତୋ ନାଁ ରେ ରେଫ କେଶ ଦେବି । ବାଧ୍ୟ ହୋଇ ନଧରି ଏ ଦୃଶ୍ୟକୁ ଫୋନରେ ସୁଟିଂ କଲା l ଦୁଇ ଦିନ ହେବ ଚୌଦକୁଲାଟ ଫାଣ୍ଡିକୁ ନ୍ୟାୟ ପାଇଁ ଦଉଡୁଛି 75 ବର୍ଷ ର ବୃଦ୍ଧା ଉର୍ମିଳା ଦାସ l କିନ୍ତୁ ଏଜାଏଁ ଫଳ ଶୂନ। ଆମେ ବଡ଼ ବୋହୁଙ୍କୁ ଏସମ୍ପର୍କ ରେ ପଚାରିବୁଝିବାକୁ ଫୋନ ଯୋଗେ ଚେଷ୍ଟା କରିଥିଲୁ l ସେକିନ୍ତୁ ଫୋନ ରିସିଭ କରିନ ଥିଲେ l ପରିବାର ଅଛି ତ କଳହ ଅଛି । ଏଠି ଭୁଲ୍ ଯାହାର ହେଉନା କାହିଁକି ଜଣେ ବିଧବା ବୟସ୍କା ଶାଶୁଙ୍କୁ ଏମିତି ଦାଣ୍ଡରେ ପକେଇ ମାରିବା କେତେ ଜୁକ୍ତିଜୁକ୍ତ, ତାହା ଏ ସଭ୍ୟ ସମାଜର ଶିକ୍ଷିତ ମଣିଷ ଚିନ୍ତା କରନ୍ତୁ। ଏଭଳି ହେବା ଦ୍ୱାରା ଆଗାମୀ ଭବିଷ୍ୟତ ସମାଜ କଣ ଶିକ୍ଷିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More