ବାହୁଡିଲେ ଚତୁର୍ଦ୍ଧା ମୂର୍ତ୍ତି

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ମାଉସୀମା ମନ୍ଦିରରେ ୩ ଠାକୁରଙ୍କ ରୀତିନୀତି ପରେ ଅପରାହ୍ନ ରେ ୩ ଠାକୁରଙ୍କୁ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ପ୍ରଦୀପ ସାହୁ ଓ ରଞ୍ଜନ ମିଶ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ | ଏଥିରେ ମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ରାଜା ଭାବେ ରଥରେ ଛେରା ପହଁରା କରିଥିଲେ |ରଥ ଟାଣିବା ପୁର୍ବରୁ ଡାବୁଗାଁ ଶାଖା,ଓଡିଶା ମୋଟର ଡ୍ରାଇଭର ସଙ୍ଘ ଦ୍ଵାରା ପୁଜକ ନବୀନ ପାଢୀ, ଦଇତାପତି ନିଳକଣ୍ଠ ମହାପାତ୍ର,ଡାହୁକ କୁନୁ ପାତ୍ର ଓ ବରିଷ୍ଠ ସମ୍ବାଦିକ ରବି ନାରାୟଣ ମହାନ୍ତି ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। କୁନୁ ପାତ୍ର ଡାହୁକ ଡାକଦେବାପରେ ଭକ୍ତମାନେ ରଥ ଟାଣି ନେଇଥିଲେ | ଭଗବାନ ଖୁଣ୍ଟିଆ ନନ୍ଦିଘୋଷ ରଥର ସାରଥି ଦାୟିତ୍ଵ ନିର୍ବାହ କରିଥିଲେ | ସନ୍ଧ୍ୟା ୬॰୩୦ ଘ॰ରେ ରଥ ଶ୍ରୀମନ୍ଦିରରେ ପହଞ୍ଚିଥିଲା | ଏଥିରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ବର୍ଷା ହେଉଥିବା ବେଳେ ଭକ୍ତ ଓଦା ହୋଇ ରଥ ଟାଣି ଆଣି ଶ୍ରୀମନ୍ଦିର ଆଗରେ ରଖାଇଥିଲେ। ନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଭାରପ୍ରାପ୍ତ ଆଇଆଇସି ଅଭିମନ୍ୟୁ ଦୂର୍ଗା, ସବଇନିସ୍ପେକ୍ଟର କୁଳ ଭୂଷଣ ସାହୁ ଓ ମେନକା ସା, ଏଏସଆଇ ଶିଶିରକାନ୍ତ ଘୋଷ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଏହା ସହ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପଖନାଗୁଡା ଗ୍ରାମରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଆଜି,ଆସନ୍ତା କାଲି ରଥରେ ପୁଜା ପାଇ ସୋମବାର ଦିନ ବିଜେ ହେବେ ଚତୁର୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଙ୍ଘାସନରେ ବୋଲି ମନ୍ଦିର କମିଟି ଠାରୁ ମିଳିଛି ସୁଚନା।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More