ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଓଡ଼ିଶାର ବାହାନଗା ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନେକ ପରିବାର ଉଜୁଡ଼ି ଯାଇଛି l ବହୁ ଶିଶୁ ଅନାଥ ହୋଇଥିବାବେଳେ କିଏ ମାକୁ ହରାଇଛି ତ ଆଉ କିଏ ବାପାକୁ ହରାଇଛି, ଆଉ କେଉଁ ମା କୁଢ କୁଢ କୁଢ ଶବ ରୁ ତା ପୁଅ କୁ ଖୋଜି ପାଉ ନ ଥିଲା l କେତେ ଶବ ଚିହ୍ନଟ ହେଲା ତ କେତେ ଶବ ଚିହ୍ନଟ ହୋଇ ପାରିନାହିଁ l ଏ ଦୁଃଖଦ ଖବରରେ ସାରା ରାଜ୍ୟ ସହ ସାରା ଭାରତ କୁ ସ୍ତବ୍ଧ କରି ଦେଇଥିଲା ଏହି ଘଟଣା l ମୃତକ ଓ  ଆହତଙ୍କ ପରିବାରକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ସହାୟତାର ରାଶି ବଢାଇ ଥିବା ବେଳେ  ପରମ ପ୍ରେମ ମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ବିହାରରୁ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ମାନଙ୍କ ସାହାର୍ଯ୍ୟ ନିମନ୍ତେ ସତସଙ୍ଗର ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ଆତ୍ମାର ସଦ୍ ଗତି କାମନା ସହ ଆହତ ମାନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତ ସତସଙ୍ଗର ଗୁରୁଭାଇ ଓ ମା ମାନେ l ଏଭଳି ଅପୂରଣୀୟ କ୍ଷତିର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର, ଦେଓଘରର ବର୍ତ୍ତମାନ ର ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ଯ ଦେବ l ସମସ୍ତ ପରିବାର ଇଷ୍ଟ ଙ୍କ ଧରି ସୁଖରେ ରୁହନ୍ତୁ ଏହାହିଁ ତାଙ୍କର ଆଶିର୍ବାଦ ବଚନ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More